News portal website
before header
[URIS id=5393]

ପରୀ ମୃତ୍ୟୁର ତଦନ୍ତ କରିବ ଏସ୍‌ଆଇଟି

0 227

ଭୁବନେଶ୍ୱର: 

ତା-୨୭-୧୧-୨୦୨୦

ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ମୃତ୍ୟୁ ଘଟଣାର ତଦନ୍ତ କରିବ ଏସ୍‌ଆଇଟି। ଏନେଇ ବିଧାନସଭାରେ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  , ‘ମୋ  ସରକାର କେବେ ବି ଆଇନଶୃଙ୍ଖଳା ଭଙ୍ଗ ହେବାକୁ ଦେଇ ନାହିଁ । ଆଇନର ଶାସନ ସବୁ ବେଳେ ବଜାୟ ରଖିବାକୁ ଉଦ୍ୟମ କରିଛୁ ।’ ଏହାସହ ଗୃହକାର୍ଯ୍ୟରେ ସହଯୋଗ କରିବାକୁ ସେ ବିରୋଧୀ ମାନଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଗୃହ କାର୍ଯ୍ୟ ସ୍ୱଭାବିକ ନହେବାରୁ ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ ଘୋଷଣା ହୋଇଛି ।

ମୁଖ୍ୟମନ୍ତ୍ରୀ ଏସ ଆଇ ଟି ତଦନ୍ତ ଘୋଷଣା ପରେ ପ୍ରତିକ୍ରିୟା 

 ବିଜେଡ଼ି  ପ୍ରତିକ୍ରିୟା ରଖି କହିଛ। ଘଟଣାକୁ ନେଇ ବିରୋଧୀ ରାଜନୀତି କରୁଛନ୍ତି ଏବଂ ତାଙ୍କର ଆଲୋଚନାକୁ ଆସିବାକୁ ଇଚ୍ଛା ନାହିଁ । ଆଜି ଗୃହ ବିଭାଗର ଅତିରିକ୍ତ ବଜେଟ ଉପରେ ଆଲୋଚନା ଥିଲା ଏବଂ ଗୃହ ବିଭାଗ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ସମୟରେ ମଧ୍ୟ ବିରୋଧୀ ଅନେକ କଥା ଉଠାଇ ପରିଥାନ୍ତେ । କିନ୍ତୁ ବିରୋଧୀ କେବଳ ହଟଗୋଳ କରି ଗୃହକୁ ବନ୍ଦ କରୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ସେପଟେ ଘଟଣାର ତଦନ୍ତ ପାଇଁ ନୟାଗଡ଼ରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ଜେଠଓ୍ୱା । ଏସପିଙ୍କ କାର୍ଯ୍ୟାଳୟରେ ସେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ ।  ପ୍ରବଳ ହଟ୍ଟଗୋଳ ଯୋଗୁଁ ଆରମ୍ଭରୁ ଗୃହ ପରିଚାଳନା ବ୍ୟାହତ ହୋଇଥିବା ବେଳେ ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.