News portal website
before header
[URIS id=5393]

ସାଙ୍ଗଠନିକ ବୈଠକ ପାଇଁ ଦଳ ନିଷ୍ପତି ନେଇ ନାହିଁ!

0 495

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୨୯-୦୩-୨୦୨୪

ଆଜି ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ସାଙ୍ଗଠନିକ ବୈଠକ ହେବା ପାଇଁ ଚୂଡାନ୍ତ ନିଷ୍ପତ୍ତି ହୋଇଥିବା ବେଳେ,ଏ ବୈଠକ ଲାଗି ଦଳ ତରଫରୁ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ବଡଚଣା ବିଜେଡି ସଭାପତି ଶ୍ରୀ ଅରବିନ୍ଦ ସାମଲ ଚିଠି ଜାରି କରିଛନ୍ତି।

ବଡଚଣା ନିର୍ବାଚନ ମଣ୍ଡଳୀର ତିନ ଯୋନର ବିଜୁ ଜନତା ଦଳର ସମର୍ଥିତ ଜିଲ୍ଲାପରିଷଦ ଏହି ବୈଠକର ଆୟୋଜନ କରିଥିବା ଜାଣିବାକୁ ମିଳୁଛି।ଅନେକ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟସଭ୍ୟା,ପ୍ରାକ୍ତନ ଜିଲାପରିଷଦ,ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ ଜନ ସାଧାରଣ ଏହି ବୈଠକରେ ଯୋଗ ଦେଇ ଆଗାମୀ ନିର୍ବାଚନ ମୁକାବିଲା ସମ୍ବନ୍ଧରେ ରଣହୁଙ୍କାର ଦେବାର ଯୋଜନା ଥିବା ଜଣାପଡିଛି।

କିଛିଦିନ ତଳେ ବିଧାୟକଙ୍କ ନିର୍ବାଚନ ପ୍ରସ୍ତୁତ ବୈଠକରେ ତିନି ଯୋନର ଜିଲ୍ଲାପରିଷଦ ସଭ୍ୟସଭ୍ୟା ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।ବିଦ୍ୱେଷ ନ କରି ବିକାଶ ଧାରାରେ ସାମିଲ ହେବାକୁ ବିଧାୟକ ନିବେଦନ କରିଥିବା ବେଳେ, ଆଜିର ବୈଠକ ବଡ଼ଚଣା ବିଜୁ ଜନତା ଦଳର ବ୍ୟାନର ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ,ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଫଟୋରେ ହେଉଥିବାର ଜାଣିବାକୁ ମିଳିଛି।

Leave A Reply

Your email address will not be published.