News portal website
before header
[URIS id=5393]

ବିଜେଡିରେ ମିଶି ନିର୍ବାଚନ ଲଢ଼ିବେ କ୍ୟାପେଟନ!

0 974

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ

ତା-୨୩-୦୩-୨୦୨୪

ମେଣ୍ଟ ଆଶା ମଉଳିବା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଲଢେଇ ଓ ଟିକେଟକୁ ନେଇ ଚାଲିଛି ଜୋରଦାର ତନାଘନା।ରାଜ୍ୟର ବିଭିନ୍ନ ଦୃଷ୍ଟି କୋଣରୁ ଯାଜପୁର ଜିଲ୍ଲାର ବଡ଼ଚଣା ନିର୍ବାଚନ ମଣ୍ଡଳୀର ରାଜନୈତିକ ଗଣିତ ଅଡୁଆ ଥିବା ବେଳେ,କଂଗ୍ରେସରୁ କ୍ୟାପେଟନ ରାଜନାରାୟଣ ମହାପାତ୍ରଙ୍କ ଇସ୍ତଫା ଦେବା ଏବଂ ଅନ୍ୟ ଦଳରେ ଯୋଗଦେବା ବଡଚଣାରେ ସେତେବେଳେ ଚର୍ଚ୍ଚା ହେଉଥିଲା।

ମାର୍ଚ୍ଚ ୫ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ମେଣ୍ଟ ହେବା ନେଇ ରାଜ୍ୟ ରାଜନୀତି ଉଠିବା ପଡିବା ସହ କ୍ୟାପେଟନଙ୍କ ଶିବିରରେ ନିରାଶ ଖେଳିଯାଇଥିଲା,ଗତକାଲି ବିଜେଡ଼ି ଓ ବିଜେପି ଉଭୟ ମେଣ୍ଟ ହେବ ନାହିଁ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ସ୍ପଷ୍ଟ କରିବା ପରେ,କ୍ୟାପେଟନ ଖୁବ ନିକଟରେ ଶଙ୍ଖ ଫୁକିବା ସହ ଟିକେଟ ହାତେଇ ନିର୍ବାଚନ ଲଢ଼ିବେ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Leave A Reply

Your email address will not be published.