News portal website
before header
[URIS id=5393]

ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ।

0 432

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

Notice

୧୧-୦୩-୨୦୨୪

କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ରାଜ୍ୟସ୍ତରୀୟ ମାଆ ମାଟି ମମତା ଲୋକ ସାହିତ୍ୟ ସମାରୋହ ୨୦୨୪ ନିମନ୍ତେ ଶେଷ ହୋଇଛି। ବିଶ୍ଵ ମହିଳା ଦିବସରେ ରେଡକ୍ରସ ଭବନ,ଭୁବନେଶ୍ୱର ଠାରେ ଏହାକୁ ପାଳନ କରାଯାଇଥିଲା।ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିବା ସହ,ସାହିତ୍ୟ ମହିଳା ମାନଙ୍କର ସାମଗ୍ରିକ ବିକାଶ ପାଇଁ ମୁଖ୍ୟ ଆୟୁଧ ବୋଲି ମତବ୍ୟକ୍ତ କରିଥିଲେ।

ଦୁଇଟି ପର୍ଯ୍ୟାୟରେ ଆଲୋଚନାଚକ୍ର କରାଯାଇଥିଲା।କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ଜଗନ୍ନାଥ ଜଣାଣ ଏବଂ ଭକ୍ତି ସଙ୍ଗୀତ ଗାନ କରାଯାଇଥିଲା।ଡଃ ସ୍ନେହାଶ୍ରୀ ସ୍ବାଇଁ ସମାରୋହକୁ ଉଦଘାଟନ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଉପସ୍ଥିତ ସାହିତ୍ୟ ପ୍ରତିଭା ମାନଙ୍କୁ ଉତ୍ସାହିତ କରିଥିଲେ।ମୁଖ୍ୟ ଅତିଥି ରୂପେ ମାନନୀୟା ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ସାହିତ୍ୟର ବିକାଶ ପାଇଁ ମହିଳା ମାନେ ଅଧିକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତବକ୍ତା ଭାବେ “ରଥ ସରୋଜିନୀ ଫାଉଣ୍ଡେସନ” ଅଧଃକ୍ଷା ସରୋଜିନୀ ରଥ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ।ପ୍ରଧ୍ୟାପିକା ସୁଲେଖା ସାମନ୍ତରାୟ,ଡ଼କ୍ଟର ବିଜୟା ଲକ୍ଷ୍ମୀ ଦାସ,ସହକାରୀ ପ୍ରଫେସର ଓଡ଼ିଆ ଭାଷା ସାହିତ୍ୟ ବିଭାଗ, ରେଭେନ୍ସା ବିଶ୍ଵବିଦ୍ୟାଳୟର ଜ୍ୟୋତିର୍ମୟୀ ଉଦଗାତା,ସହଯୋଗୀ ପ୍ରଧ୍ୟାପିକା ରମାଦେବୀ ବିଶ୍ଵ ବିଦ୍ୟାଳୟ ଯୋଗଦେଇ ସାହିତ୍ୟ ମହିଳା ମାନଙ୍କର ବୌଦ୍ଧିକ ଏବଂ ଆଧ୍ୟାତ୍ମିକ ଚେତନା ବୃଦ୍ଧିରେ ସହାୟକ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ କବୟିତ୍ରୀ ସୁଚେତା ନନ୍ଦ,କବୟିତ୍ରୀ ପ୍ରବାସିନୀ ମିଶ୍ର,କବୟିତ୍ରୀ ରଶ୍ମୀ ସାମଲ ଏବଂ ବିଜୁଳି ଲୋହାର ଯୋଗଦେଇ ମାଟି ଏବଂ ମାଆ ସମ୍ପର୍କରେ ଜାତୀୟତାବାଦର ସୁନ୍ଦର କଥା କହିଥିଲେ।ସାହିତ୍ୟ ସମୃଦ୍ଧ ପାଇଁ ନାରୀ ଲେଖିକା ଏବଂ କବୟତ୍ରୀଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ଉକ୍ତ ଅବସରରେ ଚାଳିଶି ଜଣ କବି ଓ କବୟିତ୍ରୀ ମାଆ ଓ ମାଟିକୁ ପ୍ରଣାମ ଶୀର୍ଷକ କବିତା ପାଠ କରିଥିଲେ । ପଦ୍ମଶ୍ରୀ ବିନୋଦ ମହାରଣାଙ୍କୁ ରାଜ୍ୟସ୍ତରୀୟ ମୋ ମାଟି ଗୌରବ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା।କବୟିତ୍ରୀ ମାନନୀୟା ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଓ ସାହିତ୍ୟିକା ବିଜୟ ଲକ୍ଷ୍ମୀ ନାୟକଙ୍କୁ ରାଜ୍ୟସ୍ତରୀୟ ନାରୀ ଗୌରବ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା।

ବରିଷ୍ଠ ସାହିତ୍ୟିକା ଏବଂ ସମାଜସେବୀ ମାନଙ୍କୁ ରାଜ୍ୟସ୍ତରୀୟ ନାରୀ ଗୌରବ ସମ୍ମାନ ଏବଂ ନାରୀ ଲକ୍ଷ୍ମୀ ସମ୍ମାନ ପ୍ରଦାନ କରାଯାଇଥିଲା।ପୁରୁଷମାନଙ୍କୁ ରାଜ୍ୟସ୍ତରୀୟ ମୋ ମାଟି ଗୌରବ ସମ୍ମାନ ଏବଂ ମାଆ ମାଟି ସାରସ୍ବତ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ।

ଦୁଇଟି ଅଧିବେଶନରେ ଦୁଇଶହ ରୁ ଉର୍ଦ୍ଧ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସାହିତ୍ୟିକା ଜୟଶ୍ରୀ ପଟ୍ଟନାୟକ ପ୍ରଥମ ଅଧିବେଶନରେ କବିତା ସଂଯୋଜନା କରିଥିଲେ। କବୟିତ୍ରୀ ସ୍ୱାଗତିକା ସାହୁ ଏବଂ କବି ସୁଭବ୍ରତ ମହାପାତ୍ର ଦ୍ଵିତୀୟ ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ।ଉପଦେଷ୍ଟା ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ,ବିଜୟ ଦାସ ଏବଂ ବିପିନ ବିହାରୀ ବାରିକ ଉପସ୍ଥିତ ଥିଲେ।ଜଗନ୍ନାଥ ସଂସ୍କୃତି ଗବେଷକ ଡଃ ଅନିରୁଦ୍ଧ କୁରକୁରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.