News portal website
before header
[URIS id=5393]

କଡ଼ା ଆଭିମୁଖ୍ୟ ଦେଖାଇଲା ପଞ୍ଚାୟତିରାଜ ବିଭାଗ। ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ।

0 370

ସଚିବ ସୁଶୀଲ କୁମାର ଲୋହାନୀ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।ପ୍ରକ୍ସି ସରପଞ୍ଚଙ୍କ ସଂପର୍କରେ ଅଭିଯୋଗ ଆସିଲେ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ

Notice

ପତ୍ନୀ ସରପଞ୍ଚ,ହେଲେ ପଞ୍ଚାୟତର ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ।ପଞ୍ଚାୟତ ଅଫିସ ମାଡ଼ନ୍ତି ନାହିଁ ସରପଞ୍ଚ,ସବୁକିଛି ସମ୍ଭାଳନ୍ତି ଛାୟା ସରପଞ୍ଚ।ଏପରି ଏକ ମାମଲାର ବିଚାର କରି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ହାଇକୋର୍ଟ।ଗତ ନଭେମ୍ବର ମାସରେ ଏ ନେଇ ପଞ୍ଚାୟତିରାଜ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇ ଆକ୍ସନ ରିପୋର୍ଟ ଦେବାକୁ ତାଗିଦ କରିଥିଲେ ଉଚ୍ଚ ନ୍ୟାୟାଳୟ।ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଛି ପଞ୍ଚାୟତିରାଜ ବିଭାଗ।

ସଚିବ ସୁଶୀଲ କୁମାର ଲୋହାନୀ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।ପ୍ରକ୍ସି ସରପଞ୍ଚଙ୍କ ସଂପର୍କରେ ଅଭିଯୋଗ ଆସିଲେ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ
– ଅଭିଯୋଗକୁ ଯାଞ୍ଚ କରିବା ସହ ସରପଞ୍ଚ ଓ ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ
– ଅଭିଯୋଗ ପ୍ରମାଣିତ ହେଲେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
– ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ।

ତେବେ ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଛି।ତୃଣମୂଳ ସ୍ତରରେ ମହିଳାଙ୍କ ନେତୃତ୍ୱ ଓ ଭାଗିଦାରୀ ବୃଦ୍ଧି କରିବା ପାଇଁ ଏପରି ବ୍ୟବସ୍ଥା ହୋଇଛି।କିନ୍ତୁ ପ୍ରକ୍ସି ସରପଞ୍ଚ ପରମ୍ପରା ଏହି ଉଦ୍ଦେଶ୍ୟରେ ବାଧା ସୃଷ୍ଟି କରିଆସୁଛି ।

Leave A Reply

Your email address will not be published.