ଅଷ୍ଟିନ ନ୍ୟୁଜ/ଯାଜପୁର

ତା-୧୭-୧୨-୨୦୨୩
ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର କୋଳଣଗିରି ଗ୍ରାମର କଂଗ୍ରେସ କର୍ମୀ ପ୍ରଦୀପ୍ତ ମହାପାତ୍ରଙ୍କ ଦେହାନ୍ତ ହୋଇଯାଇଛି।ମୃତ୍ୟୁ ବେଳକୁ ୬୨ ବର୍ଷ ବୟସ ହୋଇଥିଲା।କିଛି ଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ରାତ୍ରୀ ଦୁଇ ଘଟିକା ସମୟରେ ପରଲୋକ ହୋଇଥିବା ଜଣାପଡିଛି।କଂଗ୍ରେସ ନେତା ଅଜୟ କୁମାର ସାମଲ,ଶେଷ ଦର୍ଶନ କରିଥିବା ବେଳେ,ପୁତ୍ର ଅବିନାଶ ମହାପାତ୍ର ମୁଖାଗ୍ନି ଦେଇଥିଲେ।
ତ୍ରିଲୋଚନ ସାମଲ,ବିଚିତ୍ରାନନ୍ଦ ଖଣ୍ଡାଇ,ଦୀପକ ମହାପାତ୍ର,ସମରେନ୍ଦ୍ର ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ସାମଲ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ପାଇଁ ଶୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
