News portal website
before header
[URIS id=5393]

ବାଲିଚନ୍ଦ୍ରପୁର ପୋଲିସ ଉପସ୍ଥିତରେ ବିଧାୟକଙ୍କୁ ବିରୋଧ!

0 1,138

ଅଷ୍ଟିନ ନ୍ୟୁଜ/ଯାଜପୁର

ତା-୧୧-୧୨-୨୦୨୩


ଏକ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେବାକୁ ଯାଉଥିବା ସମୟରେ,ରାସ୍ତାରେ ବାଉଁଶ ବାନ୍ଧି କିଛି ଲୋକ ଉଦେଶ୍ୟ ମୂଳକ ଭାବେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିରୋଧ କରୁଥିବାର ଦେଖିବାକୁ ମିଳିଥିଲା।ଏପରିକି କିଛି ଯୁବକ ହାତରେ ଅଣ୍ଡା ଧରି ଫୋପାଡିବାକୁ ଆସିବା ସମୟରେ କିଛି ଯୁବକ ଅଟକାଇବାରେ ସଫଳ ହୋଇଥିଲେ।


ମିଳିଥିବା ସୂଚନା ଅନୁସାରେ ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ତରଫରୁ ଗଡ଼ଜିତ-ଅଚ୍ୟୁତବସନ୍ତ ଠାରୁ ଚଣ୍ଡିଆ-ବାଲିକୁଦା ପର୍ଯ୍ୟନ୍ତ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ୱ ବନ୍ଧ ସୁଦୃଢ କରଣ ପ୍ରକଳ୍ପର ଶିଳାନ୍ୟାସ ନିମନ୍ତେ ବିଧାୟକଙ୍କ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା।ବିଧାୟକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ଅଚ୍ୟୁତବସନ୍ତ ଠାରେ କିଛି ଲୋକ ଉଦେଶ୍ୟମୂଳକ ଭାବେ ତୀବ୍ର ବିରୋଧ କରିଥିଲେ।

ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ କିଛି ପଦକ୍ଷେପ ନ ନେବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି?ଯେଉଁଠି ବିଧାୟକଙ୍କୁ ସୁରକ୍ଷା ଦେବାରେ ପୋଲିସ ଫେଲ ମାରୁଛି,ବିକାଶ କାର୍ଯ୍ୟକୁ ବିରୋଧ କରୁଥିବା ଲୋକଙ୍କୁ ପୋଲିସ ଖୁଲମ-ଖୁଲା ଛାଡି ଦେଉଛି ସେଠି ସାଧାରଣ ଲୋକର ଧନ ଜୀବନ କେତେ ବିପର୍ଯ୍ୟସ୍ତ ହେଉଥିବ ତାହା ଆଜିର ଘଟଣାରେ ଏକ ପ୍ରଶ୍ନ ?


ଖବର ଲେଖା ହେବା ବେଳକୁ ପୋଲିସ କିଛି ପଦକ୍ଷେପ ନେଇ ନ ଥିବା ବେଳେ ଆଗାମୀ ଦିନରେ ପୋଲିସ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.