News portal website
before header
[URIS id=5393]

ସାଇକେଲ ଚୋରା କୋର୍ଟଚାଲାଣ

0 250

ଅଷ୍ଟିନ ନ୍ୟୁଜ/ଯାଜପୁର
ତା-୧୩-୦୯-୨୦୨୩

ପାଣିକୋଇଲି ଥାନା ଅନ୍ତର୍ଗତ ଆଙ୍କଲା ରାସ୍ତାର ନମଟିକିରି ଠାରେ ଜଣେ ସାଇକେଲ ଚୋରକୁ ଧରି ସ୍ଥାନୀୟ ଲୋକେ ପୁଲିସ ଜିମା ଦେଇଥିଲେ | ଅଭିଯୁକ୍ତ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଞ୍ଚଳର ଚୈତନ୍ୟ ପୁର୍ତ୍ତିଙ୍କ ପୁଅ ଗଣେଶ | ଆଜି ତାକୁ କୋର୍ଟଚାଲାଣ କରାଯାଇଛି | ଅଭିଯୁକ୍ତ ରବିବାର ସନ୍ଧ୍ୟାରେ ଶନିମନ୍ଦିର ନିକଟରେ ଥିବା ଏକ କୋଚିଂ ସେଣ୍ଟରକୁ ଟିଉସନ ଆସିଥିବା ଅଲତିରି ଗ୍ରାମର ଦିଲ୍ଲୀପ ବିଶ୍ୱାଳଙ୍କ ପୁଅ ଅନିକେତର ସାଇକେଲକୁ ଚୋରି କରିନେଇଥିଲା | ପରଦିନ ଉକ୍ତ ସାଇକେଲରେ ଯିବା ବେଳେ ତାକୁ ସ୍ଥାନୀୟ ଯୁବକ ଅଟକାଇଥିଲେ |

Leave A Reply

Your email address will not be published.