News portal website
before header
[URIS id=5393]

ଚାଲିଛି ଚୋରାଚାଲାଣ ପାହାଡ଼ରୁ ଲୁଟ ହେଉଛି ମୋରମ

0 228

ଅଷ୍ଟିନ ନ୍ୟୁଜ/ଯାଜପୁର
ତା-୧୩-୦୯-୨୦୨୩

ଦର୍ପଣ ତହସିଲ ଅଧୀନ ମାଣ୍ଡୁକ ପାହାଡ଼ରୁ ନିୟମିତ ମୋରମ ଚୋରାଚାଲାଣ ଚାଲିଛି | ଏଠାରେ ନାମକୁ ମାତ୍ର ଏକ ମୋରମ ଲିଜ ଖାଦାନ ରହିଛି | ଦର୍ପଣ ତହସିଲ ଓ ଖଣି ବିଭାଗର ଅଧିକାରୀମାନେ ଏହି ଖାଦାନରେ ପହଞ୍ଚିଥିଲେ | ତଦନ୍ତ ଦଳ କେବଳ ବୁଲାବୁଲି କରି ଫେଇଯାଇଛନ୍ତି | ତେବେ ତଦନ୍ତ ପୂର୍ବରୁ ମୋରମ ମାଫିଆମାନେ ସେମାନଙ୍କର ୩ଟି ମେସିନ ଓ ଗାଡ଼ିଗୁଡ଼ିକୁ ହଟାଇ ଦେଇଥିଲେ | ଏହାପରେ ଅଧିକାରୀମାନେ ପୁଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ଅଭିଯୋଗ ହେଉଛି | ବ୍ୟାପକ ଅଞ୍ଚଳ ଖୋଳାଯାଇଥିବାରୁ ଏହାର ତଦନ୍ତ ପାଇଁ ଦ୍ରୋନ ଓ ଡିଜିଟାଲ ସର୍ଭେ କରିବାକୁ ସହମତି ହୋଇଥିବା ଖଣି ଅଧିକାରୀ ଝାସକେତନ ସେଠି କହିଛନ୍ତି | ମାଣ୍ଡୁକା ପାହାଡର ଚୋରା ଖାଦାନରେ ୩ଟି ମେସିନ ଦ୍ୱାରା ଚୋରା ମୋରମ ଖୋଳାଯାଉଛି | ପ୍ରତିଦିନ ବିଭିନ୍ନ ଜିଲ୍ଲାକୁ ହଜାରହଜାର ଘନ ମିଟର ମୋରମ ଚୋରାଚାଲାଣ ହେଉଛି | ଏନେଇ ବାଲିଚନ୍ଦ୍ରପୁର ଥାନା,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଖଣି ବିଭାଗ ନିରବ ସମର୍ଥନ ଦେଇଚାଲିଛନ୍ତି | ମୋରମ ଖାଦାନ ଖୋଳୁଥିବା ମାଫିଆମାନେ ରାସ୍ତାରେ ବାଉଁସରମାନଙ୍କୁ ଜାଗୈ ରଖୁଛନ୍ତି |

Leave A Reply

Your email address will not be published.