News portal website
before header
[URIS id=5393]

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ

0 189

ଅଷ୍ଟିନ ନ୍ୟୁଜ
ତା-୧୩-୦୯-୨୦୨୩

ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟ ହେବାର ୩୬ ଘଣ୍ଟା ପରେ ବି ପୁଲିସ ହାତ ଖାଲି | ଲୁଟରେ ସମ୍ପୃକ୍ତ ଦୁବୃର୍ତ୍ତଙ୍କୁ ପୁଲିସ ଗିରଫ କରିପାରିନାହିଁ | ଗତକାଲି ଚଣ୍ଡିଖୋଲ-ଡ଼ୁବୁରୀ ଜାତୀୟ ରାଜପଥର ବରଡା ଛକ ନିକଟରେ ଥିବା ୟୁପି ପେଟ୍ରୋଲ ପମ୍ପର ପରିଚାଳକ ଉଦୟଭାନୁ ସାହୁ ଓ କର୍ମଚାରୀ ସୁଶାନ୍ତ ପାତ୍ର ଏକ ବାଇକରେ ୫ ଲକ୍ଷ ୧୪ହଜାର ଟଙ୍କା ନେଇ କବାଟବନ୍ଧ ସ୍ଥିତ ଷ୍ଟେଟବ୍ୟାଙ୍କକୁ ଜମା କରିବାକୁ ନେଉଥିଲେ | ଦଳଗାଁ ଛକ ନିକଟରେ ଏକ ପଲସର ବାଇକରେ ଆସୁଥିବା ୩ ଜଣ ଯୁବକ ଭୁଜାଲି ଦେଖାଇ ଟଙ୍କା ଲୁଟ କରିନେଇଥିଲେ | ଜେନାପୁର ଥାନାରେ ଅଭିଯୋଗ ପରେ ପୁଲିସ ୨୩୩/୨୩ ରେ ମାମଲା ରୁଜୁ କରିଛି | ହେଲେ ୩୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅପରାଧୀଙ୍କୁ ଧରି ପାରି ନାହିଁ | ଏହି ଥାନା ଅନ୍ତର୍ଗତ ବଳରାମପୁର ଛକରେ ଥିବା ଶ୍ରୀ ନୀଳାଚଳ ଟ୍ରେଡ଼ର୍ସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୩ଜଣ ଦୁବୃର୍ତ୍ତ ୮ ଲକ୍ଷ ଟଙ୍କା ଲୁଟି ନେଇଥିଲେ | ଜେନାପୁର ପୁଲିସ ଏହି ଘଟଣାରେ ସମୃକ୍ତ ଅପରାଧୀମାନଙ୍କୁ ଧରି ପାରିନାହିଁ | ଜେନାପୁର ଥାନା ଅଞ୍ଚଳର ବ୍ୟବସାୟୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି |

Leave A Reply

Your email address will not be published.