News portal website
before header
[URIS id=5393]

ପାଞ୍ଚ ବର୍ଷ ପରେ ବି କୋରେଇ ଭବନ ଭୂଇଁରୁ ଉଠୁନି

0 196

ଅଷ୍ଟିନ ନ୍ୟୁଜ
ତା-୧୩-୦୯-୨୦୨୩

ପାଞ୍ଚବର୍ଷ ତଳେ ନିର୍ମାଣ ଆରମ୍ଭ ହୋଇଥିବା ଏହି ଭବନରେ ମାତ୍ର କେତୋଟି ଖୁଣ୍ଟ ଅଧାଗଢା ଅବସ୍ଥାରେ ପଡ଼ିରହିଛି | କୋରେଇ ବ୍ଲକର ପଥରପଦା ମୌଜା ପାଣିକୋଇଲି-ରାଜାମୁଣ୍ଡା ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚାନ୍ଦପୁର ଗ୍ରାମ ନିକଟରେ ୨୦୧୮ ମସିହାରେ ଏହି ଭବନ କାମ ଆରମ୍ଭ ହୋଇଥିଲା | ବିଧାୟକ ଆକାଶ ଦାସନାୟକ ଏଠାରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ | ଏହି ପ୍ରକଳ୍ପ କାମ ଆରମ୍ଭ ହେବାପରେ ଆଉ ଆଗଉ ନାହିଁ | ପ୍ରାୟ ୫୦ ଲକ୍ଷ ଟଙ୍କାର ଅଧାପନ୍ତରିଆ ଏହି ପ୍ରକଳ୍ପ ସ୍ଥଳ ଏବେ ଅଗମ୍ୟ ହୋଇ ପଡିଛି | ଗଛଲଟା,କଣ୍ଟାବୁଦା,ମାଡିଯିବାରୁ ଏହି ସ୍ଥାନକୁ ଯାଇହେଉନାହିଁ | କାମ ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି | ହେଲେ ଠିକାଦାର ୨୨ ଲକ୍ଷ ଟଙ୍କା ଉଠାଣ କରିଛନ୍ତି | ଏହାର ପାଚେରୀ ନିର୍ମାଣ ପାଇଁ ବିଧାୟକ ଓ ସାଂସଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲେ ମଧ୍ୟ ତାହା ଅଧାପନ୍ତରିଆ ହୋଇ ପଡ଼ିରହିଛି | ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି |

Leave A Reply

Your email address will not be published.