News portal website
before header
[URIS id=5393]

ଗ୍ରାମୀୟଜଳ ଯୋଗାଣରୁ ବାହାରୁଛି ଗୋଳିଆ ପାଣି

0 162

ଅଷ୍ଟିନ ନ୍ୟୁଜ
ତା-୧୩-୦୯-୨୦୨୩

ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତର୧,୨,୩,୪, ନମ୍ବର ୱାର୍ଡର ଲୋକମାନେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଶୁଦ୍ଧ ପାଣି ପାରୁନାହାନ୍ତି | ଏହି ପ୍ରକଳ୍ପରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ଅଭିଯୋଗ କରିଛନ୍ତି | ଜଳ ହିଁ ଜୀବନ ଲୋକମାନେ ଟିକେ ପାଣି ପାଇବା ପାଇଁ କେତେ ଯେ ଡହଳ ବିକଳ ହେଉଛନ୍ତି | ଏନେଇ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ତରଫରୁ ବ୍ରହ୍ମବରଦା ବଉଳାଘାଇ ଦାଣ୍ଡିଠାରେ ଏକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି | ବ୍ରହ୍ମବରଦା ଓ ମହେଶ୍ୱରପୁର ଦୁଇଟି ପଞ୍ଚାୟତର ପ୍ରାୟ ୧୫ ହଜାର ଲୋକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ସ୍ଥିର କରାଯାଇଥିଲା | ଏହି ପଞ୍ଚାୟତରେ ସମସ୍ତ ଗ୍ରାମକୁ ପାଇପ ବିଛା ହୋଇନଥିବା ବେଳେ କାଁ ଭାଁ ପାଣି ମିଳୁଛି |ଏହାକୁ ମରାମତି କରାଯାଉନାହିଁ | ହେଲେ ଗ୍ରାମବାସୀମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି |ନିଜସ୍ୱ ଅର୍ଥରୁ ଖୋଳାଯାଇଥିବା ଏହି ନଳକୂଅରୁ ବିଶୁଦ୍ଧ ପାଣି ବାହାରୁଛି |ଫଳରେ ପାଣି ପିଇବା ପାଇଁ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏହି ପ୍ରକଳ୍ପକୁ ତୁରନ୍ତ ମରାମତି କରିବାକୁ ଚାରି ୱାର୍ଡର ସଭ୍ୟସଭ୍ୟା ଶିରାଜ ଖାନ,ସେକ ଫେଂଉସ ଓ ସନସାରା ବିବିଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି |

Leave A Reply

Your email address will not be published.