News portal website
before header
[URIS id=5393]

କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣର ଶିଳାନ୍ୟାସ

0 22

ଅଷ୍ଟିନ ନ୍ୟୁଜ/ଯାଜପୁର
ତା-୧୧-୦୯-୨୦୨୩

କୋରେଇ ବ୍ଲକ ଅନ୍ତର୍ଗତ ବେଗନାଠାରେ ଥିବା କାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣ କାର୍ଯ୍ୟ ପାଇଁ ଆଜି ଶିଳାନ୍ୟାସ କରାଯାଇଛି | କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟର ଶିଳାନ୍ୟାସ କରିଥିଲେ | ଏଥିପାଇଁ ବିଦ୍ୟାଳୟ ପରିସରରେ ପଣ୍ଡିତ ଡ଼.ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକଙ୍କ ସମେତ ସମ୍ମାନିତ ଅତିଥି ଭାବେ କୋରେଇ ବ୍ଲକ ଅଧ୍ୟାକ୍ଷା ଜୟନ୍ତ ଦଳେଇ,ଉପାଧ୍ୟକ୍ଷ ପ୍ରଫୁଲ କୁମାର ଦାସ,ଜିଲ୍ଲା ପରିଷଦ ସଭ୍ୟ ଉମାକାନ୍ତ ମାଝୀ,ସରପଞ୍ଚ ଶ୍ୟାମସୁନ୍ଦର ମାଝୀ,ସମିତିସଭ୍ୟ ରମେଶ କୁମାର ମାଝୀ,ପ୍ରମୁଖ ଯୋଗଦେଇଥିଲେ | ବିଧାୟକଙ୍କ ପ୍ରତିନିଧି ତାରକେଶ୍ୱର ମହାନ୍ତି,ୱାର୍ଡସଭ୍ୟ ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ | ୟୁଜିଏମଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶୁଭସ୍ମିତା ଶୁଭଦର୍ଶିନୀ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Leave A Reply

Your email address will not be published.