News portal website
before header
[URIS id=5393]

ପାଣି ପାଇଁ ଲୋକେ ହନ୍ତସନ୍ତ

0 145

ଅଷ୍ଟିନ ନ୍ୟୁଜ
ତା-୧୧-୦୯-୨୦୨୩

ବଡ଼ଚଣା ବ୍ଲକ ମଝିପଡା ପଞ୍ଚାୟତ ବନମାଳିପୁର ଗ୍ରାମରେ ଥିବା ୪ଟି ସୌର ପାନୀୟଜଳ ପ୍ରକଳ୍ପ ବର୍ଷେ ହେଲା ଅଚଳ ହୋଇପଡିଛି | ପିଇବା ପାଣି ପାଇଁ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ୯ଟି ୱାର୍ଡକୁ ନେଇ ଗଠିତ ବନମାଳିପୁର ଗ୍ରାମର ଜନସଂଖ୍ୟା ପ୍ରାୟ ୫ହଜାର ହେବ | ଏହି ଗ୍ରାମର ଲୋକମାନଙ୍କୁ ସ୍ଵସ୍ଥ ପାନୀୟ ଜଳ ଯୋଗାଇ ଦେବା ପାଇଁ ୭ଟି ସୌର ଚାଳିତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା | ୨୦୧୯-୨୦ ଆର୍ଥିକ ବର୍ଷରେ ଚତୁର୍ଦ୍ଧଶ ଅର୍ଥ କମିଶନ ଯୋଜନାରେ ୨ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ବ୍ୟୟରେ ଏହି ୭ଟି ପ୍ରକଳ୍ପ ନିର୍ମାଣ କରାଯାଇଥିଲା | ସେଥିମଧ୍ୟରୁ ବିଦ୍ୟାଳୟ ନିକଟରେ ଥିବା ପ୍ରକଳ୍ପଟି ଖରାପ ହୋଇଯାଇଛି | ଘଣ୍ଟାଏ ଚାଲିବା ପରେ ଏଠାରେ ଆଉ ପାଣି ଉଠୁନାହିଁ ବୋଲି ଅଭିଯୋଗ ହୋଇଛି | ସେହିପରି ହନୁମାନ ଛକ ନିକଟରେ ଥିବା ପ୍ରକଳ୍ପ ବର୍ଷେ ହେଲା ଅଚଳ ହୋଇପଡିଛି | ନଳକୂଅରୁ ଯୋଗାଣ ପାଇପ ବିଛିନ୍ନ ହୋଇଯାଇଛି | ଲୋକେ ଖୋଲା କୂଅର ପାଣି ବ୍ୟବହାର କରୁଛନ୍ତି | କୁମ୍ଭୀର ଭୟରେ ଲୋକେ ନଦୀକୁ ଯିବା ବନ୍ଦ କରିଦେଇଛନ୍ତି | ଗତ ୩୧ ତାରିଖରେ ୫ଟି ସଚିବ ବଡ଼ଚଣା ଗସ୍ତ ସମୟରେ ସମସ୍ତ ପାନୀୟଜଳ ପ୍ରକଳ୍ପ ୭ଦିନ ମଧ୍ୟରେ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | ଏହାମଧ୍ୟରେ ଦଶଦିନ ବିତିଲାଣି | ହେଲେ ମରାମତି ଦୂରରେ କଥା କୌଣସି ଅଧିକାରୀଙ୍କ ପାଦ ଗାଁରେ ପଡ଼ିନାହିଁ | ବର୍ଷାଦିନରେ ବି ଲୋକେ ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି | ଚଣ୍ଡିଖୋଲ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶୀଘ୍ର ଏହି ପ୍ରକଳ୍ପ ଗୁଡିକୁ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି |

Leave A Reply

Your email address will not be published.