News portal website
before header
[URIS id=5393]

ରାସ୍ତାଗସ୍ତ ପାଇଁ ଯାତାୟତରେ ଅସୁବିଧା

0 147

ଅଷ୍ଟିନ ନ୍ୟୁଜ
ତା-୦୯-୦୯-୨୦୨୩

ଗସ୍ତ ପାଇଁ ରାତିଦିନ ଏକ କରି ଦେଇଥିଲା ପ୍ରଶାସନ | ଯାଜପୁର ସହରର ସବୁ ରାସ୍ତାକୁ ମରାମତି କରାଯାଇଥିଲା | ସହର ମୁଖ୍ୟ ରାସ୍ତା ପିଚୁ ଧସିଯାଇଥିବା ଦେଖିବାକୁ ମିଳିଛି | ସେଠାରେ ଏତେବଡ ଗର୍ତ୍ତ ହୋଇଛି ଯେ କେହି ଲୋକ ଗଳିପଡିବାର ଆଶଙ୍କା ରହିଛି | ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଓଡ଼ିଶାର ୩୦ ଟି ଜିଲ୍ଲାର ଗସ୍ତ କାର୍ଯ୍ୟକ୍ରମର ଶେଷ ଜିଲ୍ଲା ଭାବେ ଯାଜପୁର ତାଲିକା ରହିଥିଲା | ସହର ଓ ଏହାର ଉପକଣ୍ଠ ରାସ୍ତାଗୁଡିକୁ ପ୍ୟାଚ ପକାଯାଇଥିଲା | ବର୍ଷା ରାତିରେ ମଧ୍ୟ ପିଚୁ କାମ କରାଯାଇଥିଲା | ଅନେକ ଜାଗାରେ ପିଚୁ ଉଠି ଯାଇଥିବାର ଖବର ପୂର୍ବରୁ ପ୍ରକାଶ ପାଇଥିବାବେଳେ ଏବେ ବର୍ଷାରେ ପିଚୁ ରାସ୍ତା ଧସିଯାଇଛି | ସହରର ମୁଖ୍ୟ ବୈତରଣୀ ରିଂ ରୋଡ଼ର ମେଡିକାଲ ଛକଠାରୁ ନଦୀପଠାକୁ ଏକ ରାସ୍ତାର କିଛି ଅଂଶ ପିଚୁ ସହ ଧସି ଯାଇଛି | ଅଧିକ ବର୍ଷା ହେଲେ ଏଥିରୁ ଖଣ୍ଡ ଖଣ୍ଡ ହୋଇ ଆହୁରି ଖସିବାର ଆଶଙ୍କା ରହିଛି |

Leave A Reply

Your email address will not be published.