News portal website
before header
[URIS id=5393]

ବାଦ ପଡିଛି ପାନୀୟଜଳ ଯୋଗାଣ ବ୍ୟବସ୍ଥା

0 115

ଅଷ୍ଟିନ ନ୍ୟୁଜ
ତା-୦୯-୦୯-୨୦୨୩

ଦାନଗଦି ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ପୁରୁଣାସାହି ପାନୀୟଜଳ ଯୋଗାଣ ବ୍ୟବସ୍ଥା ବାଦ ପଡିଛି | ଫଟାପାଇପ,ଭଲଭ ଓ ଟ୍ୟାପ ଖରାପ କାରଣରୁ ପଞ୍ଚାୟତର ଅନେକ ଜାଗାକୁ ପାଣି ପହଞ୍ଚୁନଥିବା ଅଭିଯୋଗ ହୋଇଛି | ୨୦୧୯ରେ ବସିଧା ଯୋଜନାରେ ଗୋବର୍ଦ୍ଧନପୁର ପଞ୍ଚାୟତରେ ପାଇପ ବିଛାଯାଇଥିଲା | ଗୋବର୍ଦ୍ଧନପୁର,ଜେମାଦେଇପୁର,ଅଲେଖପୁର,ମନପୁର, ନୁଆସାହି ଓ ମାନପୁର ପୁରୁଣାସାହିକୁ ଏହି ଯୋଜନାରେ ସାମିଲ କରାଯାଇଥିଲା | ୪ବର୍ଷ ହେଲା ବସୁଧା ଯୋଜନା ପଞ୍ଚାୟତର କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ମନପୁର ପୁରୁଣାସାହିକୁ ସାମିଲ କରାଯାଇ ନାହିଁ | ଗୋବର୍ଦ୍ଧନପୁର ପଞ୍ଚାୟତ,ଅଲେଖପୁର ଗାଁରେ ଏହି ମେଗା ପାନୀୟଜଳ ଯୋଗାଣ ପାଇଁ ଟାଙ୍କି ନିର୍ମାଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି | ଏଥିପାଇଁ ସ୍ଥାନୀୟ ଗାଁଗୁଡିକରେ ପାନୀୟଜଳ ପ୍ରବାହ ପାଇଁ ଖନନ ଓ ପାଇପ ସଂଯୋଗ କାମ ଦ୍ରୁତ ଗତିରେ ଚାଲିଛି | ଏହି ପ୍ରକଳ୍ପରୁ ମଧ୍ୟ ମନପୁର ପୁରୁଣାସାହିକୁ ବାଦ ଦିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି | ତୁରନ୍ତ ପଦକ୍ଷେପ ନେବାକୁ ପୂର୍ବତନ ସରପଞ୍ଚ ଓ ଅନ୍ୟାନ୍ୟ ଲୋକମାନେ ଦାବି କରିଛନ୍ତି |

Leave A Reply

Your email address will not be published.