News portal website
before header
[URIS id=5393]

ଭାଙ୍ଗିରୁଜି ଗଲାଣି ଗାଁ ରାସ୍ତା

0 114

ଅଷ୍ଟିନ ନ୍ୟୁଜ
ତା-୦୯-୦୯-୨୦୨୩

ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଡୁବାଗାଡ଼ିଆ ଗାଁ ରାସ୍ତା ଭାଙ୍ଗିରୁଜି ଗଲାଣି | ବହୁବର୍ଷ ହେଲା ଲୋକମାନେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି | ପାଇପ ପାଣି ଯୋଗାଇ ଦେବା କହି ରାସ୍ତାକୁ ଖୋଳିତାଡି ଦେଇଛନ୍ତି | ପାଇପ ବିଛାଇ ସାରିବା ପରେ ଅଧିକାଂଶ ସ୍ଥାନରେ ରାସ୍ତାକୁ ମରାମତି ନ କରି ଛାଡି ଦିଆଯାଇଛି | ବର୍ଷାଦିନେ ସେହି ରାସ୍ତାରେ ଗାଁ ଲୋକମାନେ ଯାତାୟାତ କରିବା ଅସୁବିଧାର ସମ୍ମୁଖୀନ ସୃଷ୍ଟି ହେଉଛି | ସେହିପରି ୧୬ ନମ୍ବର ଜାତୀୟ ରାଜପଥର ଜାରକା ପ୍ରଭୁ ମଣ୍ଡପ ନିକଟରୁ ୧୪ ନମ୍ବର ଓ ଏହାର ଶାଖା କେନାଲ ପାର୍ଶ୍ୱ ଦେଇ ଯାଇଥିବା କଂକ୍ରିଟ ରାସ୍ତା କେତେକ ସ୍ଥାନରେ ଭାଙ୍ଗିଯାଇଛି | ସେହି ରାସ୍ତାରେ ଗୋଡି ବାହାରିଥିବାରୁ ବାଇକ ଓ ସାଇକେଲ ଟାୟାର ଲିକ ହେଇଯାଉଛି | ଅଧିବାସୀଙ୍କ ମଇଳା ପାଣି ରାସ୍ତାରେ ପ୍ରବାହିତ ହୋଇ ପିଚୁ ଉଠିଯାଇଛି | ରାସ୍ତାର ପାର୍ଶ୍ୱରେ ଥିବା ଡ୍ରେନରେ ମଇଳାପାଣି ନିଷ୍କାସିତ ହେଉଛି | ୪ବର୍ଷ ତଳେ ଏହି ରାସ୍ତାକୁ ପିଚୁ କରାଯାଇଥିଲା | କାମ ପାଇଁ କିଛି ମାସ ପରେ ତାହା ଉଠିଯାଇଥିଲା | ବର୍ଷା ଦିନେ ଲୁହାଚକ ଲଗା ଟ୍ରାକ୍ଟର ଚଳାଚଳ କରୁଥିବାରୁ ପିଚୁ ଉଠିଯାଇଛି | ନାଉପାଳ,ଦୁବଗଡିଆ,ଶଙ୍ଖାରିଡିହ ଗାଁର ଲୋକମାନେ ଯାତାୟାତ କରିଥାନ୍ତି | ତୁରନ୍ତ ଉଭୟ ରାସ୍ତାକୁ ନିର୍ମାଣ କରିବା ପାଇଁ ଲୋକମାନେ ଦାବି କରିଛନ୍ତି |

Leave A Reply

Your email address will not be published.