News portal website
before header
[URIS id=5393]

ଲୋକ ହେଲେ ହନ୍ତସନ୍ତ ପର ଘରେ ଆଶ୍ରୟ

0 122

ଅଷ୍ଟିନ ନ୍ୟୁଜ
ତା-୦୭-୦୯-୨୦୨୩

ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗିଯିବାରୁ ସୁକିନ୍ଦା ତହସିଲ କାଙ୍କଡ଼ପାଳ ରାଜସ୍ୱ ସର୍କଲ ଗନ୍ଧାପାଳ ମୌଜାର ଦାଦନ ଶ୍ରମିକ ରମେଶ ବାରିକଙ୍କ ପରିବାର ଏବେ ତାଙ୍କ ବଡଭାଇଙ୍କ ଘରେ ଆଶ୍ରୟ ନେଇଛନ୍ତି | ଛଣଛପର ନଷ୍ଟ ହେବ ପରେ ଗତକାଲି ରାତି ଘରର କାନ୍ଥ ଗଳିପଡିଲା | ହେଲେ ଘରେ ଥିବା ଆସବାବପତ୍ର ଓ ଖାଦ୍ୟ ପଦାର୍ଥ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଲୋକେ କହିଛନ୍ତି | ଗତକାଲି ରାତିରେ ପରିବାର ଲୋକେ ତାଙ୍କ ଭାଇଙ୍କ ଘରେ ଆଶ୍ରୟ ନେଇଥିବାରୁ ଅଳ୍ପକେ ବର୍ତ୍ତି ଗଲେ | ହେଲେ ସେହି ପରିବାର ଲୋକେ ଅଭାବ ସାଙ୍ଗକୁ ଘର ନଷ୍ଟ ହେବାରୁ ତାଙ୍କ ମାନସିକ ଚିନ୍ତା ବଢିଯାଇଛି | ତାଙ୍କ ପରିବାରକୁ କ୍ଷତିପୁରଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ଖଣି ପ୍ରଭାବିତ ବିଜୁ ପକ୍କାଘର ଯୋଜନାରେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି | ଘର ପାଇଁ ବିଡିଓଙ୍କୁ ଆବେଦନ କରିବାକୁ ସେ ପରାମର୍ଶ ଦେବାକୁ କହିଛନ୍ତି |

Leave A Reply

Your email address will not be published.