News portal website
before header
[URIS id=5393]

ବଢିଚାଲିଛି ବେଆଇନ ପଲିଥିନ ବ୍ୟବହାର

0 132

ଅଷ୍ଟିନ ନ୍ୟୁଜ
ତା-୦୭-୦୯-୨୦୨୩

ପଲିଥିନ ବ୍ୟବହାର ବିରୋଧରେ କଡାକଡି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ | ୨୦୧୮ ମସିହାରେ ଅକ୍ଟୋବର ୨ରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ରାଜ୍ୟର ୬ଟି ସହର-ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା,ଓ ବ୍ରହ୍ମପୁରରେ ପଲିଥିନ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଯାଇଥିଲା | ୨୦୨୦ ଅକ୍ଟୋବର ୨ ତାରିଖରୁ ସାରା ରାଜ୍ୟକୁ ପଲିଥିନ ଓ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ହେଲେ କୌଣସି ସଫଳ ହୋଇନାହିଁ | ବିଂଝାରପୁର ଅଞ୍ଚଳର ଅରେଇ,ଶାସନ୍ଦ,ଘଣ୍ଟିଆଳି,ଗୁହାଳି,ଚିକଣା,ଉତଙ୍ଗରା,ଉଡରଙ୍ଗ,ବରପଦା ୮ଟି ପଞ୍ଚାୟତରେ ୩୨ଟି ଛୋଟବଡ ଛକ ଅଛି | ଗ୍ରାମାଞ୍ଚଳକୁ ଲଗାଇ ୮୫୦ ରୁ ଉର୍ଦ୍ଧ ଦୋକାନ ରହିଛି | ପ୍ରତେକ ଦୋକାନରେ ଦୈନିକ ୨ରୁ୩ କୁଇଣ୍ଟାଲ ପଲିଥିନ ବ୍ୟବହାର କରାଯାଉଛି | ଏମିତିକି ପନିପରିବା,ମିଠାଦୋକାନ,ମାଛମାଂସ,ପାନ ଗ୍ୟାରେଜ,ଫଳ ଦୋକାନ,ସବୁଠି ଗ୍ରାହକମାନେ ପଲିଥିନରେ ନେଉଛନ୍ତି | ହାଟରେ ମଧ୍ୟ ପଲିଥିନ ବ୍ୟବହାର ହେଉଛି | ତାକୁ ଖାଇ ଗାଈଗୋରୁ ଖାଇ ଅସୁସ୍ଥ ହେଉଥିବା ଦେଖାଯାଉଛି | ଏଣେତେଣେ ପଲିଥିନ ପକେଇବା ଦ୍ୱାରା ପରିବେଶ ଦୂଷିତ ହେଉଛି | ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଠୁଙ୍ଗା,କପଡା ବ୍ୟାଗ,ତିଆରି କରି ଦୋକାନରେ ଦେଲେ ଭଲ ହୁଅନ୍ତା ସେଥିପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି | ମହିଳାମାନଙ୍କର ଲାଭ ହେବ ଏବଂ ପରିବେଶ ସୁରକ୍ଷା ମଧ୍ୟ ରହିବ | ସେଥିପାଇଁ ପଲିଥିନ ନିଷେଧ କରିବା ଜରୁରୀ ବୋଲି ମତପ୍ରକାଶ କରିଛନ୍ତି

Leave A Reply

Your email address will not be published.