News portal website
before header
[URIS id=5393]

ନଳକୂଅରୁ ବାହାରୁଛି ଲୌହଯୁକ୍ତ ପାଣି

0 127

ଅଷ୍ଟିନ ନ୍ୟୁଜ
ତା-୦୬-୦୯-୨୦୧୩

Notice

ରସୁଲପୁର ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ବାଲିଗୁଡା ଓ ଦେଉଳି ଗ୍ରାମରେ ଲୋକମାନେ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ପାନୀୟ ଜଳ ପ୍ରକଳ୍ପ ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି | ଲୋକମାନେ ବ୍ୟକ୍ତିଗତ ଭାବେ ନଳକୂଅ ବସାଇଥିଲେ ମଧ୍ୟ ସେଥିରୁ ଲୌହଯୁକ୍ତ ପାଣି ବାହାରୁଛି | ଦେଉଳି ଗ୍ରାମର ୧୧,୭ ଓ ୮ ନମ୍ବର ୱାର୍ଡରେ ୨ ଶହରୁ ଅଧିକ ପରିବାର ବାସ କରନ୍ତି | କେତେକ ସ୍ଥାନରେ ମଧ୍ୟ ଟ୍ୟାପ ଲାଗିଛି,ହେଲେ ଟ୍ୟାପରେ ପାଣି ଆସୁନାହିଁ | ଶୁଦ୍ଧ ପାନୀୟ ଜଳ ପାଇବାରୁ ଲୋକେ ବଞ୍ଚିତ ହେଉଛନ୍ତି | ଜଳଯୋଗାଣ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା ୧୧ ନମ୍ବର ୱାର୍ଡର ମାଧବ ନାୟକ,ଶ୍ୟାମସୁନ୍ଦର ରାଉତ, ଗୌତମ ମିଶ୍ର,ପ୍ରଭାକର ସାହୁ,୭ ନମ୍ବର ୱାର୍ଡର ଜଗବନ୍ଧୁ ସାହୁ,ସନାତନ ସାହୁ, ବିଚିତ୍ର ସାମଲ,ହରିହର ପାଣିଗ୍ରାହୀ,୮ ନମ୍ବର ୱାର୍ଡର ଗଣେଶ ରଣା,ବିଦ୍ୟାଧର ସାହୁ,ଅଭିଯୋଗ କରିଛନ୍ତି | ଏହି ୱାର୍ଡରେ ଥିବା ଦୁଇଟି ସାହିର ଲୋକେ ଗୋଟିଏ ନଳକୂଅରୁ ସକାଳୁ ସନ୍ଧ୍ୟା ଯାଏ ଧାଡି ଲଗାଇ ପିଇବା ପାଣି ଘରକୁ ନେଉଛନ୍ତି | ଗୋଟିଏ ନଳକୂଅରୁ ପାଣି ନେବା ପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି |ଅନ୍ୟ ପକ୍ଷରେ ଦେଉଳି ଗ୍ରାମର ଟ୍ୟାପରେ ପାଣି ଆସୁନଥିବା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ସ୍ଵାଗତିକା ପଟ୍ଟନାୟକଙ୍କୁ ପଚାରିବାରୁ,ଜଳସ୍ତର କମି ଯାଇଥିବାରୁ ଟ୍ୟାପରେ ପାଣି ଆସୁନଥିବା କହିଛନ୍ତି ବାଲିଗୁଡା ଗ୍ରାମର ଲୋକେ ଜାଗା ଦେଲେ ତୁରନ୍ତ ପାଇପ ଲଗାଯିବ ବୋଲି କହିଛନ୍ତି |

Leave A Reply

Your email address will not be published.