News portal website
before header
[URIS id=5393]

୫ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇପାରିନି ବୃହତ ଉଠା ଜଳସେଚନ ପ୍ରକଳ୍ପ

0 67

ଅଷ୍ଟିନ ନ୍ୟୁଜ
ତା-୦୬-୦୯-୨୦୧୩

ଚାଷଜମିକୁ ଜଳସେଚନ ପାଇଁ ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି | ଅବଧି ପୂରିବାର ୫ ବର୍ଷ ପରେ ବି ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିନି | ନଦୀକୂଳିଆ ୫ଟି ପଞ୍ଚାୟତର ଚାଷୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ହେଲେ ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତ ନିଆଳି ଠାରେ ୨୦୧୬ ମସିହାରେ ଜଳସମ୍ପଦ ବିଭାଗ ପକ୍ଷରୁ ୩୬ କୋଟି ଟଙ୍କା ବ୍ୟୟରେ ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ନିର୍ମଣା କାର୍ଯ୍ୟ ଆରମ୍ଭ ହୋଇଥିଲା | ବରୀ ଓ ବଡ଼ଚଣା ବ୍ଲକର ୧୮ଟି ଗ୍ରାମର ୨ ହଜାର ହେକ୍ଟର ଚାଷଜମିକୁ ଜଳସେଚନ କରିବା ପାଇଁ ଧାର୍ଯ୍ୟଲକ୍ଷ୍ୟ ଥିଲା | ଏହି କାର୍ଯ୍ୟ ଏଲ ଆଣ୍ଡ ଟି କମ୍ପାନୀ କୁ ଦିଆଯାଇଥିଲା | ଏଥିମଧ୍ୟରେ ୪୦କି.ମି. ପାଇପ ବିଛା କାର୍ଯ୍ୟ ସରିଛି | ଏହି ନିର୍ମାଣ ଶେଷ ନହେବାରୁ ୨୦୧୯ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ବଢ଼ା ଯାଇଥିଲା | ୫ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରକଳ୍ପ ସମ୍ପୂର୍ଣ ହୋଇପାରିନି | ପାଇପ ବିଛାବେଳେ ସମ୍ପୂର୍ଣ ଭାବେ ବଦବାଲିକୁଦା ପଞ୍ଚାୟତ ଚାଷୀମାନଙ୍କୁ ଅବହେଳା କରାଯାଇଛି ବୋଲି ଅଭିଯୋଗ କରୁଛନ୍ତି | ନିଆଳି ଠାରୁ ବରୀ ବ୍ଲକ ର ବିଭିନ୍ନ ପଞ୍ଚାୟତକୁ ପାଇପ ସଂଯୋଗ ହୋଇଥିବା ବେଳେ ନିଆଳି,ବଦବାଲିକୁଦା ଓ ଜନକ ଗ୍ରାମର ଲୋକଙ୍କ ଚାଷଜମିକୁ ପାଇପ ସଂଯୋଗ ହୋଇନାହିଁ | ନଦୀକୂଳରେ ଥିବା କୋଲଣଗିରି ପଞ୍ଚାୟତର ହଳଧରପୁର,ରଇପୁର ପଞ୍ଚାୟତର ବେଙ୍ଗପୁର,ରଇପୁର ସାଉଡିଆ ପଞ୍ଚାୟତର ବାଲିକୁଦା,ତାଳୁଆ,ସାଉଡିଆ,ବରପଦା ପଞ୍ଚାୟତର ବରପଦା ଗ୍ରାମର ଚାଷଜମିକୁ ଗୋଟିଏ ବି ଲାଇନ ସଂଯୋଗ ହୋଇନାହିଁ | ଏହି ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନ ଦେଲେ ବଡ଼ଚଣା ବ୍ଲକର ୫ଟି ନଦୀକୂଳିଆ ପଞ୍ଚାୟତର ଚାଷୀମାନଙ୍କ କୌଣସି କାମରେ ଏହି ପ୍ରକଳ୍ପ ଲାଗିପାରିବ ନାହିଁ ବୋଲି ଅଭିଯୋଗ ହୋଇଛି |

Leave A Reply

Your email address will not be published.