News portal website
before header
[URIS id=5393]

ବିନା ହେଲମେଟରେ କଲେଜକୁ ବାଇକ ମନା

0 116

ଅଷ୍ଟିନ ନ୍ୟୁଜ
ତା-୦୫-୦୯-୨୦୨୩

ହେଲମେଟ ପିନ୍ଧି ନ ଆସିଲେ କଲେଜକୁ ବାଇକ ମନା | ଏପରି ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ | କେବଳ ବାଇକ ଚଳାଉଥିବା ଛାତ୍ରଛାତ୍ରୀ ନୁହେଁ,ପଛରେ ଯିଏ ବସିଥିବ ସେ ମଧ୍ୟ ହେଲମେଟ ପିନ୍ଧିବାକୁ ବାଧ୍ୟ | ଯଦି କେହି ଛାତ୍ରଛାତ୍ରୀ ବିନା ହେଲମେଟରେ ବାଇକ ଆଣନ୍ତି ତେବେ ତାଙ୍କୁ କଲେଜ ପରିସରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି | ଏହାକୁ କଡାକଡି ଭାବେ ପାଳନ କରାଯିବାକୁ ନିର୍ଦେଶ ଦିଆଯାଇଛି | ଅଧ୍ୟକ୍ଷ ପ୍ରଫେସର ସାମଲ କୁହନ୍ତି ବାଇକ କିମ୍ବା ସ୍କୁଟି ଚାଳନା ସମୟରେ ହେଲମେଟ ପିନ୍ଧିବା ଜରୁରୀ | ବହୁ ଛାତ୍ରଛାତ୍ରୀ ବିନା ହେଲମେଟରେ ଗାଡି ଚଲେଇବା ଦେଖିବାକୁ ମିଳିଛି | କେବଳ କଲେଜ ଛାତ୍ରଛାତ୍ରୀ ନୁହନ୍ତି,ଅନ୍ୟ ଲୋକମାନେ ମଧ୍ୟ ବାଇକ ଚଳାଇବା ସମୟରେ ହେଲମେଟ ପିନ୍ଧିବା ଆବଶ୍ୟକ ବୋଲି ସେ କହିଛନ୍ତି |

Leave A Reply

Your email address will not be published.