News portal website
before header
[URIS id=5393]

ଚାଷୀଙ୍କ କାମରେ ବାଧା ଦେଉଛି ଏଲ ଆଣ୍ଡ ଟି କମ୍ପାନୀ

0 70

ଅଷ୍ଟିନ ନ୍ୟୁଜ
ତା-୦୫-୦୯-୨୦୨୩

ବରୀ ବ୍ଲକ ବାଲିବିଲି ପଞ୍ଚାୟତର କୋରଡ଼ାପିପଲ ଠାରେ ନିର୍ମାଣ ହୋଇଥିବା ପାର୍ବତୀଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ସ୍ଥଳରେ ୨୪ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି | ନାରଣପୁର,ଗୋଖର,ବନ୍ଧପଡ଼ା,କୋରଡ଼ାପିପଲ,ଡିହସାହି,ବାଲିବିଲି,ଫୁଲୁପୁର,ରଜାପୁର,ଅରଙ୍ଗାବାଦ,ବଡଚନ୍ଦ୍ରଶେଖରପୁର,ବରୀ,ଅରୁଆ,ରାମଚନ୍ଦ୍ରପୁର, ଅଲିପୁର ଏହି ସବୁ ଗ୍ରାମରେ ଥିବା ଚାଷଜମିକୁ ଜଳଯୋଗାଣ କରାଯାଉଛି | ୧ ହଜାରରୁ ଅଧିକ ଚାଷଜମିକୁ ଜଳଯୋଗାଣ ପାଇଁ ୨୦୧୫ ମସିହା ଡିସେମ୍ବର ୩୧ ତାରିଖରୁ ଆରମ୍ଭ କରାଯାଇ ୨୦୧୯ ମାର୍ଚ୍ଚ ୨ ତାରିଖରେ ଶେଷ କରାଯାଇଛି | ହେଲେ ଏଲ ଆଣ୍ଡ ଟି କମ୍ପାନୀର ଫଳକ,ପମ୍ପହାଉସ ଓ ବିଦ୍ୟୁତ ଦେଖିବାକୁ ମିଳୁଥିବା ବେଳେ ଚାଷଜମିରେ ପାଣି ମାଡୁନାହିଁ | ଏହା ମଧ୍ୟରେ ୪ ବର୍ଷ ପୂରିଗଲାଣି | ଅଭିଯୋଗ ଅନୁଯାୟୀ,ବରୀ ଅଞ୍ଚଳର ଏକ ବନ୍ୟା ପ୍ଲାବିତ ଅଞ୍ଚଳ | ବନ୍ୟା ସମୟରେ ଚାଷ ଜମିକୁ ବୁଡ଼ାଇଦେଇଥାଏ | ୧୭ଟି ରାଜସ୍ୱ ଗ୍ରାମର ଚାଷଜମିକୁ ଏହି ପ୍ରକଳ୍ପରୁ ପାଣି ଯୋଗାଣ ପାଇଁ ଅଧିକାଂଶ ସ୍ଥାନରେ ପାଇପ ମଧ୍ୟ ପକାଯାଇନାହିଁ | ବାଲିବିଲିର ଚାଷୀ ଅଶ୍ୱିନୀ କୁମାର ପଢ଼ିହାରୀ,ଏଠାରେ ପ୍ରକଳ୍ପ ନିର୍ମାଣ ଠିକ ହୋଇନାହିଁ | ଏହି ଜମିକୁ ପାଣିର ଆବଶ୍ୟକତା ରହିଛି,ଯାହା ଏହି ପ୍ରକଳ୍ପ ଯୋଗାଇ ପାରୁନାହିଁ |

Leave A Reply

Your email address will not be published.