News portal website
before header
[URIS id=5393]

କୁମ୍ଭୀର ଖାଇଯିବା ଘଟଣା;ବୋହୁଙ୍କ ଅକଡାସହାରେ ଶାଶୁଙ୍କ ମୃତ୍ୟୁ

0 75

ଅଷ୍ଟିନ ନ୍ୟୁଜ
ତା-୨୮-୦୮-୨୦୨୩

ବରୀ ବ୍ଲକ ଆମଠାପୁର ପଞ୍ଚାୟତ ଅନ୍ତର୍ଗତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ପତ୍ନୀ ଜ୍ୟୋସ୍ନାଙ୍କ ଏକାଦଶାହରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ଶାଶୂ ପିର ଜେନାଙ୍କର ପରଲୋକ ହୋଇଯାଇଛି | ଗତ ୧୬ ତାରିଖରେ ବିରୂପା ନଦୀକୁ ଟାଣିନେଇ ଜ୍ୟୋସ୍ନାଙ୍କୁ କୁମ୍ଭୀର ମାରି ଖାଇଦେଇଥିଲା | ମାସେ ପୂର୍ବରୁ ସନ୍ଧ୍ୟା ସଳିତାରୁ ପୀରଙ୍କ ଲୁଗାରେ ନିଆଁଲାଗି ଯିବାରୁ ତାଙ୍କ ଶରୀରର ପ୍ରାୟ ୫୦ ପ୍ରତିଶତ ପୋଡିଯାଇଥିଲା | ଘରେ ସେ ପଡି ରହିଥିଲେ | ବୋହୁ ଜ୍ୟୋସ୍ନା ତାଙ୍କ ସେବା କରୁଥିଲେ | ବୋହୂକୁ କୁମ୍ଭୀର ଖାଇବା ପରଠାରୁ ସେ ଭାଙ୍ଗି ପଡ଼ିଥିଲେ | ଗତକାଲି ଜ୍ୟୋସ୍ନାଙ୍କ ଏକାଦଶାହରେ ସେ ଆଖି ବୁଜି ଦେଇଛନ୍ତି | ବୃଦ୍ଧ ପୀରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି |

Leave A Reply

Your email address will not be published.