News portal website
before header
[URIS id=5393]

ତରବରିଆ କାମ;ରାତିରେ ପିଚୁ,ସକାଳେ ଫାଟିଲା

0 99

ଅଷ୍ଟିନ ନ୍ୟୁଜ
ତା-୨୮-୦୮-୨୦୨୩

ଆସନ୍ତା ୨୯ରେ ଯାଜପୁର ଗସ୍ତରେ ଆସୁଛନ୍ତି ୫-ଟି ସଚିବ | ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକପ୍ରତିନିଧି ରାତିଦିନ ଏକ କରି ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି | ହେଲେ ତରବରିଆ କାମରେ ମନ ଠିକ ରହୁନଥିବା ଅଭିଯୋଗ ହୋଇଛି | ଫଳରେ ଏହି କାର୍ଯ୍ୟରେ ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି | ୫-ଟି ସଚିବ ଆସନ୍ତା ୨୯ରେ ଯାଜପୁର ଗସ୍ତରେ ଆସି ଜିଲ୍ଲାସ୍ତରୀୟ ବୈଠକରେ ଯୋଗ ଦେବା ସହ ପୁନର୍ବାର ୩୧ ତାରିଖ ରାତିରେ ଏଠାରେ ରହି ୧ତାରିଖରେ ବିଭିନ୍ନ ପ୍ରକଳ୍ପ ପରିଦର୍ଶନରେ କାର୍ଯ୍ୟକ୍ରମ ରହିଛି | ଏହା ଜଯପୁ ସହରକୁ କିପରି ଆକର୍ଷଣୀୟ କରାଯାଇପାରିବ ସେଥିପ୍ରତି ସମସ୍ତେ ତତ୍ପର ହୋଇପଡିଛନ୍ତି | ରାସ୍ତାରେ ଧୂଳି ଟିକିଏ ବି ରଖିବାକୁ ଦିଆଯାଉନଥିବା ବେଳେ ସାମାନ୍ୟ ଖରାପ ରାସ୍ତାକୁ ପୁରା ପିଚୁ କରାଯାଉଛି | ଯାଜପୁର ସହରର ଚେକଗେଟ ଛକ ଠାରୁ ମେଡିକାଲ କଲେଜ ଛକ ରାସ୍ତାରେ ଏପରି କାମ ଚାଲିଛି | ହେଲେ ତରବରିଆ କାମର ମାନ ଠିକ ରହୁନଥିବା ଦେଖିବାକୁ ମିଳିଛି | ଗତକାଲି ରାତିରେ ପିଚୁ ହୋଇଥିବା ବେଳେ ଆଜି ସକାଳୁ ତାହା ଫାଟି ଆଁ କରିଛି | କେତେକ ସ୍ଥାନରେ ଫଡାଫଡା ପିଚୁ ଉଠିଯାଉଛି | ପୁରୁଣା ପିଚୁ ଉପରେ ନୂଆ ପିଚୁ ପଡି ଥିବାରୁ ଏପରି ଅବସ୍ଥା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି | ଏହି ରାସ୍ତାରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଧିକାରୀ ଯିବା ଆସିବା କରୁଥିଲେ ମଧ୍ୟ ଏପରି ନିମ୍ନମାନର କମ୍କୁ କିପରି ମଞ୍ଜୁରୀ ଦେଉଛନ୍ତି ତାହା ସନ୍ଦେହ ସୃଷ୍ଟି କରିଛି |

Leave A Reply

Your email address will not be published.