News portal website
before header
[URIS id=5393]

ଜଳ ବିନା ଧାନ ଫସଲ ନଷ୍ଟ

0 73

ଅଷ୍ଟିନ ନ୍ୟୁଜ
ତା-୨୮-୦୮-୨୦୨୩

ଯାଜପୁର ବ୍ଲକ ଝାଲପଡା ପଞ୍ଚାୟତର କାକୁଡ଼ିକୁଦ,ନୀଳକଣ୍ଠପୁର ଗ୍ରାମରେ ୪ଟି ଉଠା ଜଳସେଚନ ପ୍ରକଳ୍ପ ଥିଲେ ମଧ୍ୟ କୌଣସି ଗୋଟିଏ ବି ଚାଲୁନାହିଁ | ଜଳସେଚନ ପ୍ରକଳ୍ପ ଥାଇ ଅଚଳ | ଏଣେ ବର୍ଷା ନଥିବାରୁ ଚାଷଜମି ଶୁଖିଲା ପଡିଛି | ଲାଗିଥିବା ଧାନଗଛ ଶୁଖିଗଲାଣି | ହେଲେ ବିଜୁ କୃଷକ ବିକାଶ ଯୋଜନାରେ ନାବାର୍ଡ ସହାୟତାରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କାକୁଡ଼ିକୁଦ ଗ୍ରାମର ୫୦ ଆକାର ଚାଷଜମିକୁ ଜଳସେଚନ କରିବା ଉଦ୍ଦେଶ୍ୟରେ ଏକ ପ୍ରକଳ୍ପ ନିର୍ମାଣ ହୋଇଛି | ୨୦୧୩ ମେ ମାସରେ ଏହି ପ୍ରକଳ୍ପ ନିର୍ମାଣ ସରିଛି | କାମ ଶେଷ ହେବାର ୩ମାସ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଇ ନଥିବାରୁ ଏହା ଚାଲିପାରିନାହିଁ | ଫଳରେ ଚାଷୀ ଏହାର ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି | ଏହି ଅଞ୍ଚଳରେ ଧାନଚାଷ ସହିତ ଅର୍ଥକାରୀ ଫସଲ ଭାବେ ଆଖୁ,ଚିନାବାଦାମ,ମୁଗ,ବିରି,ଓ ପନିପରିବା ଚାଷ କରାଯାଉଛି | ହେଲେ ଠିକ ସମୟରେ ପାଣି ଯୋଗାଇ ହେଉନଥିବାରୁ ଅନେକ ଜାଗାରେ ଫସଲ ନଷ୍ଟ ହେଉଛି ବୋଲି ଚାଷୀମାନେ କହିଛନ୍ତି | ଚଳିତ ବର୍ଷ ୭ଏକର ଜମିରେ ଧାନ ଓ ପନିପରିବା ଚାଷ କରିଥିଲେ | ପାଣି ଅଭାବରୁ ତାହା ଜଳିଗଲାଣି | ଋଣ ଟଙ୍କା କିଭଳି ସୁଝିବେ ତାକୁ ନେଇ ଏବେ ସେ ଚିନ୍ତାରେ | ପାଣି ସମସ୍ୟା ପାଇଁ ଧାନରୁ ଅମଳ ହେବାନେଇ ସେ ଆଶଙ୍କାରେ ଅଛନ୍ତି | ନିର୍ମାଣ ହୋଇଥିବା ନୂତନ ପ୍ରକଳ୍ପଟିକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦିଆଯାଇ କ୍ଷେତକୁ ପାଣି ଯୋଗାଇ ଦେବାକୁ ଗ୍ରାମର ପାଣି ପଞ୍ଚାୟତ କମିଟି ସଭାପତି ରମେଶ ଚନ୍ଦ୍ର ଜେନା,ସମ୍ପଦ ସୁକାନ୍ତ ଜେନା,ଚାଷୀ ଶାନ୍ତୁନୁ ଜେନା,ଧରଣୀଧର ସାହୁ,ଝୁଲଣ ସାହୁ,ଉମେଶ ସାହୁ,ରାଇଚରଣ ଜେନା,ରମାକାନ୍ତ ଜେନା,ବିଭୁତି ଦାସ ଦାବି କରିଛନ୍ତି | ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁଶୀଲ ମିଶ୍ରଙ୍କୁ ପଚାରିବାରୁ ଉକ୍ତ ପ୍ରକଳ୍ପକୁ ବିଦ୍ୟୁତ ସଂଯୋଗ ଦେବାକୁ ୮ରୁ ୧୫ ଦିନ ସମୟ ଲାଗିବ ବୋଲି କହିଛନ୍ତି | ଚାଷୀଙ୍କ ସହଯୋଗ ମିଳିଲେ ବାକି ବନ୍ଦ ପଡିଥିବା ସମସ୍ତ ପ୍ରକଳ୍ପ ଚାଲି ପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.