News portal website
before header
[URIS id=5393]

ସି. ଡି.ପି,ଓ.ଙ୍କ ପାଖରେ ନାହିଁ ୧୭୭ଟି ଅଙ୍ଗନୱାଡ଼ି କେନ୍ଦ୍ରକୁ ପ୍ରଦତ୍ତ ଖାଦ୍ୟ ତାଲିକା

0 272

ଅଷ୍ଟିନ ନ୍ୟୁଜ
ତା-୨୮-୦୮-୨୦୨୩

ବଡ଼ଚଣା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସିଡିପିଓ ଅଧିନସ୍ଥ ମିଶନଶକ୍ତି-୧ରେ ଅନ୍ତର୍ଭୁକ୍ତ ପ୍ରାକ ବିଦ୍ୟାଳୟ ଓ ଗର୍ଭବତୀ ମହିଳାଙ୍କୁ ପ୍ରଦତ୍ତ ଛତୁଆ,ଅଣ୍ଡା,ବାଦାମ ଲଡୁ ଆଦୌ ରୁଚିକର ଓ ସ୍ୱାସ୍ଥ୍ୟ ଉପଯୋଗୀ ହେଉନାହିଁ | ବଡ଼ଚଣା ଶିଶୁ ବିକାଶ ଅଧିକାରୀଙ୍କ ଅଧିନସ୍ଥ ୧୭୭ଟି ଅଙ୍ଗନୱାଡ଼ି କେନ୍ଦ୍ରପାଇଁ ମହାବୀର ସ୍ୱୟଂ ସହାୟକ ଗୋଷ୍ଠୀ ମାଣ୍ଡୁକା ଓ ମା ସନ୍ତୋଷୀ ସ୍ୱୟଂ ସହାୟିକା ଗୋଷ୍ଠୀ ନିଶିମଳକ୍ଷ ପକ୍ଷରୁ ୬ମାସରୁ ୩ବର୍ଷ ପିଲାଙ୍କୁ ଓ ୩ବର୍ଷରୁ ୬ବର୍ଷ ପିଲାଙ୍କ ପାଇଁ ଛତୁଆ,ସୁଜିହାଲୁଆ,ବାଦାମଲଡୁ ଓ ଗର୍ଭବତୀ ମହିଳା ମାନଙ୍କୁ କେବଳ ଛତୁଆ ପ୍ରତିମାସ ୧ ତାରିଖରେ ପ୍ରଦାନ କରାଯାଉଛି | ମହାବୀର ସ୍ୱୟଂ ସହାୟିକା ଗୋଷ୍ଠୀ ୯୨ ଟି କେନ୍ଦ୍ର ଦାୟିତ୍ୱ ଗ୍ରହଣ କରି ଖାଦ୍ୟ ପ୍ରଦାନ କରୁଛନ୍ତି | ପ୍ରାକ ବିଦ୍ୟାଳୟ ପିଲାମାନଙ୍କୁ ଏକ ପ୍ୟାକେଟ ବାଦାମଲଡୁ ଓ ୨ ପ୍ୟାକେଟ ଛତୁଆ ପ୍ରଦାନ କରିବା ପାଇଁ ନିର୍ଦେଶ ରହିଛି | ୧୭୭ କେନ୍ଦ୍ରପାଇଁ କେତେ ଛତୁଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ତାହାର ହିସାବ ସି.ଡି .ପି.ଓ ଙ୍କ ପାଖରେ ନାହିଁ ବୋଲି ଶିଶୁ ବିକାଶ ଯୋଜନା ଅଧିକାରୀ ଖୁଲମଖୁଲା ସ୍ୱୀକାର କରିଛନ୍ତି | ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପୃଷ୍ଟିକର ଓ ସ୍ୱାଦିଷ୍ଟ କରାଇବା ପାଇଁ ସ୍ପେଶାଲ ଲାବ୍ରୋଟୋରୀରେ ଗୁଣବର୍ତ୍ତା ମନ ପରୀକ୍ଷା ହେଲା ପରେ ତାହା ବଣ୍ଟା ହେବାପାଇଁ ନିର୍ଦେଶ ଥିଲେ ମଧ୍ୟ ସ୍ୱୟଂସହାୟିକା ଓ ଟେସ୍ଟିଇଂ ଟେକ୍ନିସିଆନଙ୍କ ମିଲିଭାଗତରେ ଏହାର ଗୁଣବର୍ତ୍ତା ପରୀକ୍ଷା କରାଯାଇ ନିମ୍ନ ମନ ଅରୁଚିକର ଖାଦ୍ୟକୁ ଉତ୍ତମ ଗୁଣବତା ମାନର ମୋହର ମରାଯାଇ ବିତରଣ କରାଯାଉଛି | କିନ୍ତୁ ବାସ୍ତବତା ସମ୍ପୂର୍ଣ ଭିନ୍ନ | ପ୍ରତିମାସ ୨୩ ତାରିଖରେ ସିଡିପିଓ,ବିଡ଼ିଓ ଓ ସୁପର ଭାଇଜର ଓ କର୍ମଚାରିଙ୍କ ଉପସ୍ଥିତିରେ ପ୍ରଦତ୍ତ ଖାଦ୍ୟର ଗୁଣବତ୍ତାମାନ ପରୀକ୍ଷା କରିବା ପାଇଁ ନିର୍ଦେଶ ଥିଲାବେଳେ କେବଳ ମାତ୍ର ସିଡିପିଓ ଓ ତାଙ୍କ ଅଧିନସ୍ଥ କର୍ମଚାରୀ ସୁପରଭାଇଜର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଦୁଇଟି ସଂସ୍ଥା ନିକଟରେ ପହଞ୍ଚି ନିମ୍ନମାନର ଖାଦ୍ୟକୁ ଉଚ୍ଚ ମାନର ମୋହର ଲଗାଇ ବେଶ ହାତ ତେଲିଆ କରୁଥିବାର ଖବର ମିଳୁଛି | ଆହୁରି ମଧ୍ୟ ମାସିକିଆ ବୈଠକରୁ ଅଙ୍ଗନୱାଡ଼ି ୱାର୍କରମାନେ ସମ୍ପୂର୍ଣ ଭାବେ ଅତିଷ୍ଠ ହୋଇ ମୁହଁ ଲୁଚାଇ କାନ୍ଦିବା ସାର ହେଉଛି ହେଲେ ମୁହଁ ଖୋଲି କହି ପାରୁନାହାନ୍ତି | ଆଉ କେତେ ଦୁର୍ନୀତି କଲେ ସିଡିପିଓ ଓ ସୁପରଭାଇଜର ସନ୍ତୁଷ୍ଟ ହେବେ,ତାହା ଜଣ ପଡୁନାହିଁ | ବିଭାଗୀୟ ଉଚାପଦସ୍ତ ଅଧିକାରୀ ଏହା ଉପରେ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି |

Leave A Reply

Your email address will not be published.