News portal website
before header
[URIS id=5393]

ନଳ ପାଣି ଗୋଳିଆ ଜଳ କିଣୁଛନ୍ତି ସହରବାସୀ

0 88

ଅଷ୍ଟିନ ନ୍ୟୁଜ
ତା-୨୭-୦୮-୨୦୨୩

ଯାଜପୁର ପୌରପାଳିକାର ଲୋକମାନେ ଏବେ ପିବ ପାଣି ପାଇଁ ହୀନସ୍ତା ହେଉଛନ୍ତି | ମାଳମାଳ ପ୍ରକଳ୍ପ ଗଢି ଉଠୁଥିବା ବେଳେ ସହରବାସୀଙ୍କ ମୌଳିକ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ | ଅଧିକାଂଶ ୱାଡ଼ର ଲୋକମାନେ ସ୍ଵସ୍ଥ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି | ଏହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ୫ଟି ସଚିବଙ୍କ ଗସ୍ତ ପାଇଁ ବ୍ୟସ୍ତ ପୌର କତ୍ତୃପକ୍ଷ ଜଳ ଯୋଗାଣକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି | ଯାଜପୁର ପୌରପାଳିକା ୧୮ଟି ୱାଡ଼କୁ ନେଇ ଗଠନ ହୋଇଥିବା ବେଳେ କେତେକ ଅଞ୍ଚଳର ଯୋଗାଣ ହେଉଥିବା ଜଳ ପାନୀୟ ଅନୁପଯୁକ୍ତ ବୋଲି ଅଭିଯୋଗ ହୋଇଛି | ୩/୪ ଦିନ ହେଲା ୭ରୁ ୮ଟି ଅଞ୍ଚଳରେ ପାଇପ ଯୋଗେ ଯୋଗାଣ ହେଉଥିବା ପାଣି ଦୂଷିତ ଓ କଳା ରଙ୍ଗର ବୋଲି ଦେଖିବାକୁ ମିଳିଛି | ଫଳରେ ଏହି ଅଞ୍ଚଳର ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଏପରିକି ଯୋଗାଣ ହେଉଥିବା ପାଣିରେ ରୋଷେଇ ମଧ୍ୟ ହୋଇପାରୁନାହିଁ | ଏପରି ସ୍ଥିତିରେ ୩ଦିନ ହେଲା ଲୋକେ ପାଣି କିଣି ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି |

Leave A Reply

Your email address will not be published.