News portal website
before header
[URIS id=5393]

ପିଚୁ ରାସ୍ତା ଉପରେ ଛିଡା ହୋଇଛି ମାର୍କ ପିଲାର

0 73

ଅଷ୍ଟିନ ନ୍ୟୁଜ
ତା-୨୭-୦୮-୨୦୨୩

ଯାଜପୁର ଗସ୍ତକୁ ନେଇ ଚାରିଆଡେ ୫ଟି ସଚିବଙ୍କ ଯୁଦ୍ଧକାଳୀନ ଭିର୍ତ୍ତିରେ ନିର୍ମାଣ କାମ ଚାଲିଛି | କେଉଁଠାରେ ରାତାରାତି ରାସ୍ତା ପିଚୁ ହେଉଛି ତ କେଉଁଠି ରଙ୍ଗ ବୋଳା ଚାଲିଛି | ତବେ ଏହା ମଧ୍ୟରେ ଏକ ରୋଚକ ଚିତ୍ର ଦେଖିବାକୁ ମିଳିଛି | ଠିକାଦାର ଏହି ଆଳରେ କାମ କରି ବିଲନେବାକୁ ଚାହିଁ ବସିଥିବା ବେଳେ କାମର ଶୈଳୀ ତ୍ରୁଟିପୂର୍ଣ୍ଣ ରହିଛି | ଯାଜପୁର ସହରର ମେଡିକାଲ କଲେଜ ନିକଟ ବୈତରଣୀ ନଦୀବନ୍ଧ ରାସ୍ତାକୁ ପିଚୁ କରାଯାଇଛି | ହେଲେ ରାସ୍ତା ଉପରେ ମାର୍କ ପିଲାର ଛିଡା ହୋଇଛି | ନୂତନ ଭାବେ ମାଟି ତଳେ ବିଦ୍ୟୁତ ତାର ବିଛା ଯାଇଥିବା ବେଳେ ତାହାର ମାର୍କ ପିଲାର ରାସ୍ତା ଉପରେ ରହିଛି | କିନ୍ତୁ ଏହାକୁ ପିଚୁରାସ୍ତା ସହ ମିଶାଇ ଦିଅ ଯାଇଥିବାରୁ ଦୁର୍ଘଟଣାକୁ ଏଡାଇ ଦିଆଯାଇ ନ ପାରେ | ସ୍ଥାନୀୟ ଲୋକେ ଏନେଇ ପ୍ରଶ୍ନ ଉଠାଇଥିବା ବେଳେ ଏହାକୁ କେହି ଗୁରୁତ୍ୱ ଦେଉନାହାନ୍ତି | ଠିକାଦାର ଏହାକୁ ହଟାଇ ନପାରିଲେ ମଧ୍ୟ ଯାତ୍ରୀଙ୍କ ପାଇଁ ବିପଦ ସଂକେତ ଦେବା ଜରୁରୀ ହୋଇ ପଡିଛି |

Leave A Reply

Your email address will not be published.