News portal website
before header
[URIS id=5393]

ଜାତୀୟ ରାଜପଥରେ ଚୋରି ହେଉଛି ମୋବାଇଲ ଫୋନ

0 81

ଅଷ୍ଟିନ ନ୍ୟୁଜ
ତା-୨୭-୦୮-୨୦୨୩

Notice

ବଡ଼ଚଣା ଓ ବୈରୀ ଆଦି ଅନ୍ୟାନ୍ୟ ସ୍ଥାନରେ ଗତ କିଛି ଦିନ ହେଲା କଳା ପଲସର ଆତଙ୍କ ଦେଖାଦେଇଛି | କଳା ପଲସର ବାଇକରେ ଦୁଇ ଦୁବୃର୍ତ୍ତ ମୁହଁରେ କପଡା ଗୁଡ଼ାଇ ଆସି ଏହି ରାଜପଥରେ କେତେକ ଅଞ୍ଚଳରେ ଆତଙ୍କ ଖେଲାଇଛନ୍ତି | ବାଇକ ଚାଳକଙ୍କ ଠାରୁ ମୋବାଇଲ ଫୋନ ଝାମ୍ପି ନେଉଛନ୍ତି | ଚଳିତ ମାସ ୨୧ ତାରିଖ ରାତି ୧୦ ଟାରେ ବଡ଼ଚଣା ଥାନା ଅନ୍ତର୍ଗତ ଡଗରପଡା ଗ୍ରାମର ପ୍ରଭାତ ବେହେରା କଟକରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ବନ୍ଦଳ ଛକ ନିକଟରୁ ଡିଓ ଦୁବୃର୍ତ୍ତ କଳା ପଲସରରେ ଆସି ତାଙ୍କ ଠାରୁ ମୋବାଇଲ ଫୋନ ଝାମ୍ପି ନେଇଥିଲେ | ଏହା ପୂର୍ବରୁ ମାଝୀ ଗୌରୀ ଛକ ନିକଟରୁ ବନ୍ତଳା ଗ୍ରାମର ମନୋଜ ମହାରଣାଙ୍କ ଠାରୁ ଦୁଇ ଦୁବୃର୍ତ୍ତ କଳା ପଲସରରେ ଆସି ତାଙ୍କ ମୋବାଇଲ ଫୋନ ଝାମ୍ପି ନେଇଥିଲେ | ଏ ନେଇ ଥାନାରେ ଅଭିଯୋଗ ହୋଇଛି ,ଏପରି ଆହୁରି ଅନେକ ବାଇକ ଚାଳକଙ୍କ ଠାରୁ କଳା ପଲସରରେ ଆସି ଦୁବୃର୍ତ୍ତ ମୋବାଇଲ ଫୋନ ଲୁଟି ନେଇ ଫେରାର ହୋଇ ଯାଉଛନ୍ତି | ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ କଳା ପଲସର ଆରୋହୀ ଅପରାଧୀଙ୍କ ପତ୍ତା ମିଳିନାହିଁ | ତୁରନ୍ତ ଦୁଇ ଥାନା ପକ୍ଷରୁ ଜାତୀୟ ରାଜପଥରେ ରାତ୍ର କାଳୀନ ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି |

Leave A Reply

Your email address will not be published.