News portal website
before header
[URIS id=5393]

ମନ୍ଦିରରୁ ଚୋରିବେଳେ ଧରାପଡ଼ିଲେ ଯୁବକ

0 70

ଅଷ୍ଟିନ ନ୍ୟୁଜ
ତା-୨୭-୦୮-୨୦୨୩

କିଛିଦିନ ହେଲା ଚୋରମାନେ ମନ୍ଦିର ଗୁଡିକୁ ଟାର୍ଗେଟ କରୁଥିବା ଦେଖାଦେଇଛି | ରସୁଲପୁର ବ୍ଲକର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦନେଶ୍ୱରଙ୍କ ମନ୍ଦିର ବେଢାରେ ଥିବା ଶନିଶ୍ଚର ଦେବଙ୍କ ରୁପା ମୁକୁଟ ଚୋରି କରିବାବେଳେ ଚୋର ଧରାପଡିଛି| ଚୋରି ହେବ ସମୟରେ ଜଣେ ସେବାୟତଙ୍କ ନଜରରେ ପଡିବାରୁ ଚୋରକୁ କାବୁ କରିବା ସହ ଚୋରି ମୁକୁଟ ଉଦ୍ଧାର ହୋଇଛି | ପ୍ରାୟ ୧୧ଟା ୪୫ ମିନିଟରେ ମନ୍ଦିର ପୂଜକ ଓ ଅନ୍ୟ ସେବାୟତ ମାନେ ପାର୍ଶ୍ୱ ଦେବାଦେବୀଙ୍କୁ ପୂଜା କରିବାକୁ ଯାଉଥିଲେ | ଏହି ସମୟରେ ବେଢାରେ ଥିବା ଶନିମନ୍ଦିରରେ ଜଣେ ଲୋକ ପଶି ଶନିଦେବଙ୍କ ରୁପା ମୁକୁଟ ଟାଣି ଛିଣ୍ଡାଉଥିଲେ | ପୂଜକ ସୌମ୍ୟ ରଞ୍ଜନ ପଣ୍ଡା ଏହା ଦେଖି ପାଟି କରିବାରୁ ଅନ୍ୟ ପୂଜକମାନେ ପହଞ୍ଚିଯାଇଥିଲେ | ସେମାନଙ୍କୁ ସମ୍ପୃକ୍ତ ଦୁବୃର୍ତ୍ତ ମୁକୁଟ ନେଇ ଦୌଡ଼ି ପଳାଇଥିଲେ | ପାଟିଶୁଣି ଗାଁ ର କିଛି ଲୋକ ଗୋଡ଼ାଇ ତାକୁ ଧରିବା ସହ ଶନିଦେବଙ୍କ ରୁପା ମୁକୁଟ ଉଦ୍ଧାର କରିଥିଲେ | ଏ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ପ୍ରଫୁଲ୍ଲ ପଣ୍ଡା କୁଆଖିଆ ଥାନାରେ ଅଭିଯୋଗ କରିବା ପରେ ଏସଆଇ ଭାଗବତ ମହାଲି ପହଞ୍ଚିଥିଲେ | ମୁକୁଟ ଚୋରି କରିଥିବା ଚଣ୍ଡିପୁର ଗ୍ରାମର ସୁଶାନ୍ତ ପଣ୍ଡାକୁ ଥାନାକୁ ନେଇଯାଇଥିଲେ | ଏନେଇ କୁଆଖିଆ ଥାନାରେ ୩୧୪/୨୩ ରେ ଏକ ମାମଲା ରୁଜୁ ହୋଇଛି | ପୂର୍ବରୁ ଚନ୍ଦନେଶ୍ୱର ମନ୍ଦିର ବେଢାରେ ଥିବା ପାର୍ବତୀ ମନ୍ଦିରରୁ ଠାକୁରଙ୍କ ଗହଣା ଚୋରି ହୋଇଥିଲା |

Leave A Reply

Your email address will not be published.