News portal website
before header
[URIS id=5393]

ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ!

0 248
Notice

ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସାଉଡ଼ିଆ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବଡବାଲିକୁଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିବା ବେଳେ ପାଖାପାଖି ୫୦୦ ରୁ ୬୦୦ କର୍ମୀ ଯୋଗଦେଇ ଥିବାର ଦେଖିବାକୁ ମିଳିଛି।

ଆସନ୍ତା ଦିନରେ ବଡଚଣାକୁ ଫାଇଭ ଟି ସଚିବଙ୍କ ଗ୍ରସ୍ତ ଥିବା ବେଳେ ସେ ନେଇ ବୈଠକ ବସିଥିବାର ଜଣେ କର୍ମୀ ସୂଚନା ଦେଇଛନ୍ତି।

ବୈଠକରେ ରଇପୁର,ସାଉଡ଼ିଆ,ନେଳିଆ,ନଳିପୁର,ରାଧାଦେଇପୁର,ମଝିପଡା,ବରପଦା,ବଡ଼ବାଲିକୁଦା,କୋଲଣଗିରି ପଞ୍ଚାୟତର ଲୋକେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି।

ରାଜ୍ୟ ଯୁବ-ବିଜେଡ଼ି ଯଏଣ୍ଟ ସେକ୍ରେଟାରୀ ଆଶିଷ ରଞ୍ଜନ ଚୌଧୁରୀ,ନେଳିଆ ପଞ୍ଚାୟତ-ଧନେଶ୍ୱର ଦାସ,ବରପଦା ସରପଞ୍ଚ-ପ୍ରମୋଦ କୁମାର ଜେନା, କୋଲଣଗିରି ସମିତି ସଭ୍ୟ-ନିରଞ୍ଜନ ମହାନ୍ତି,ନଳିପୁର ସରପଞ୍ଚ-ଘନି ବାବୁ,ଯାଦବ ସଙ୍ଘ ସଭାପତି-ଅଜୟ ଦାସ, ବିରଞ୍ଚି ନାରାୟଣ ପରିଡା,ନିର୍ମଳ ପଣ୍ଡା ଉକ୍ତ ବୈଠକରେ ସାମିଲ ଥିଲେ।

Leave A Reply

Your email address will not be published.