News portal website
before header
[URIS id=5393]

ଧର୍ମଶାଳା ବାଣୀପୀଠରେ ଅବ୍ୟବସ୍ଥା

0 99

ଅଷ୍ଟିନ ନ୍ୟୁଜ
ତା-୨୬-୦୮-୨୦୨୩

ଧର୍ମଶାଳା ବ୍ଲକର ସର୍ବପୁରାତନ ହାଇସ୍କୁଲ ଧର୍ମଶାଳା ବାଣୀପୀଠରେ ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ କିମ୍ବା ପ୍ରାର୍ଥନା କରିବାକୁ ସଭାଗୃହ ନାହିଁ | ଖରାବର୍ଷାରେ ସାଇକେଲ ରହି ଖରାପ ହେଉଛି | ଖୋଲା ଆକାଶ ତଳେ ଛାତ୍ରଛାତ୍ରୀ ପ୍ରାର୍ଥନା କରୁଛନ୍ତି | ୧୯୪୭ ରେ ପ୍ରତିଷ୍ଠିତ ଏହି ହାଇସ୍କୁଲ ଗତବର୍ଷ ପ୍ଲାଟିନମ ଜୁବୁଲି ପାଳନ କରିଛି | ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ୫ଟି ଶ୍ରେଣୀ ରହିଛି | ଚଳିତବର୍ଷ ଏଠାରେ ୫୪୮ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି | ଷଷ୍ଠ ଶ୍ରେଣୀରେ ୭୬ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବା ବେଳେ ସପ୍ତମରେ ୮୦,ଅଷ୍ଟମରେ ୧୧୩,ନବମରେ୧୩୬ ଓ ଦଶମ ଶ୍ରେଣୀରେ ୧୪୩ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି | ୭୬ ବର୍ଷର ଏହି ପୁରାତନ ବିଦ୍ୟାଳୟକୁ ଦେଢ଼ବର୍ଷ ତଳେ ୫ଟି ଯୋଜନାରେ ରୂପାନ୍ତରିତ କରାଯାଇଛି | ପୁରୁଣା ସାଇକେଲ ଷ୍ଟାଣ୍ଡକୁ ଭାଙ୍ଗି ସେହି ଜାଗାରେ ବିଜ୍ଞାନାଗାର କରାଯାଇଛି | ଅତ୍ୟଧିକ ଖରା ହେଲେ ସାଇକେଲ ଟାୟାର ଫାଟି ଯାଉଥିବାବେଳେ ବର୍ଷା ହେଲେ ପାଣିପଶି ଖରାପ ହେଉଛି | ସେହିପରି ବାରଣ୍ଡାରେ ୫୦୦ ରୁ ଅଧିକ ଛାତ୍ରଛାତ୍ରୀ ପ୍ରାର୍ଥନା କରିବା ସମ୍ଭବ ହେଉନାହିଁ| ଶ୍ରେଣୀଗୃହ ସାମ୍ନାରେ ପ୍ରତିଦିନ ପ୍ରାର୍ଥନାସଭା ହେଉଛି | ଅଧିକ ଖରା ହେଲେ ଦୁର୍ବଳ ପିଲା ଚେତାଶୂନ୍ୟ ହୋଇ ଯାଉଥିବା ବେଳେ ବର୍ଷା ହେଲେ ପ୍ରାର୍ଥନାସଭା ବାଧାପ୍ରାପ୍ତ ହେଉଛି | ବିଦ୍ୟାଳୟ ପରିସରରେ ନଡ଼ିଆଗଛ ଥିବାରୁ ଉପରୁ ନଡ଼ିଆ ଖସିବାର ଭୟ ମଧ୍ୟ ରହିଛି | ଏଠାରେ ଏକ ପ୍ରେକ୍ଷାଳୟ ନିର୍ମାଣ ସହ ସାଇକେଲ ଷ୍ଟାଣ୍ଡ ନିର୍ମାଣ ପାଇଁ ଦାବି ରହିଛି |

Leave A Reply

Your email address will not be published.