News portal website
before header
[URIS id=5393]

ଅଙ୍ଗନ ବାଡ଼ି କେନ୍ଦ୍ରରେ ଦିଆଯାଉଥିବା ଛତୁଆରେ ପୋକ ସାଲୁବାଲୁ

0 192

ଅଷ୍ଟିନ ନ୍ୟୁଜ
ତା-୨୬-୦୮-୨୦୨୩

Notice

ଗଣିଆ ବ୍ଲକ ଅନ୍ତର୍ଗତ କରଡାପଡା ପଞ୍ଚାୟତ ଗୁଣ୍ଡୁରୀଵାରୀ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଓ ସୁଜି- ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ ହୋଇଥିବାରୁ ସ୍ଥାନୀୟ ଲୋକେ ଅଭିଭାବକ ଅଙ୍ଗନବାଡି କେନ୍ଦ୍ରରେ ଅଭିଯୋଗ କରିଛନ୍ତି | ଏଠାରେ ହାଲୁଆ ପ୍ୟାକେଟକୁ ନେଇ ପ୍ରଶ୍ନ ଉଠିଛି | ସେହି କେନ୍ଦ୍ରରେ ୯ ଜଣ ଶିଶୁ ପାଠ ପଢୁଛନ୍ତି | ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସୁଷମା ଖାଦ୍ୟ ସହ ଉତ୍ତମ ପାଠପଢା ନିମନ୍ତେ ଅଙ୍ଗନବାଡି କେନ୍ଦ୍ର ତିଆରି କରିଛନ୍ତି | ଏହି କେନ୍ଦ୍ର ଚାରିପଟେ ବର୍ଷା ଦିନ ଆସିଲେ ପାଣି ଜମି ରହିବା ଦ୍ୱାରା ପିଲାମାନେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏପରିକି ବର୍ଷାଦିନେ ପାଣିରେ ଯିବାଆସିବା କରିବା ଦ୍ୱାରା ନାନା ରୋଗରେ ଆକ୍ରାନ୍ତ ହେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି | ଏହି କେନ୍ଦ୍ରରେ ପିଲାମାନେ ପାଠ ମଧ୍ୟ ପଢୁଛନ୍ତି | ସ୍ଥାନୀୟ ସରପଞ୍ଚ ପରାମଦିନି ସାହୁଙ୍କୁ ପଚାରିବାରୁ ,ଗଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ସରପଞ୍ଚ ନିଜସ୍ୱ ପାଣ୍ଠିରୁ ୨ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଏବଂ ଶୀଘ୍ର ସେହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଛନ୍ତି | ହେଲେ ସେହି କେନ୍ଦ୍ରରେ ପୋକ ସାଲୁ ବାଲୁ ସୁଜି ହାଲୁଆ ଦିଆଯାଉଥିବା ନେଇ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ରର ଅଧିକାରୀ ଉଷାରାଣି ସାହୁଙ୍କୁ ପଚାରିବାରୁ,ଅଙ୍ଗନବାଡି କେନ୍ଦ୍ରକୁ ଯାଇ ତଦାରଖ କରିଆସିଛି | କୌଣସି କେନ୍ଦ୍ରରୁ ତାଙ୍କ ପାଖକୁ ଆସିନଥିଲା | ହେଲେ ଗୁଣ୍ଡୁରୀଵାରୀ କେନ୍ଦ୍ରରୁ ଅଭିଯୋଗ ଆସିଲା ପରେ ମୁଁ ଛତୁଆ ଓ ହାଲୁଆ ଯୋଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ଆଲୋଚନା କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଛନ୍ତି | ଯଦି ଆଗାମୀ ଦିନରେ ଆମ ପିଲାମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଏ,ତେବେ ଅଙ୍ଗନବାଡି କେନ୍ଦ୍ରକୁ ପିଲାମାନଙ୍କୁ ନ ଛାଡିବା ସହିତ କେନ୍ଦ୍ରରେ ତଳ ପକେଇଦେବୁ ବୋଲି ଜନସାଧାରଣ ଦାବି କରିଛନ୍ତି |

Leave A Reply

Your email address will not be published.