News portal website
before header
[URIS id=5393]

ଏଯାଏଁ ସମ୍ପୂର୍ଣ୍ଣ ହେଇନି ମିନି ଷ୍ଟାଡିଅମ

0 73

ଅଷ୍ଟିନ ନ୍ୟୁଜ
ତା-୨୬-୦୮-୨୦୨୩

ବଡ଼ଚଣା ବ୍ଲକର ଛତିଆ ନିକଟ ପାଇକରାପୁରଠାରୁ ଏକମାତ୍ର ମିନି ଷ୍ଟାଡିଅମର ନିର୍ମାଣ କାର୍ଯ୍ୟ ଆଜିଯାଏ ଶେଷ ହୋଇପାରୁନାହିଁ | ୨୦୧୫ ରୁ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ଅଧାପନ୍ତରିଆ ହୋଇ ରହିଛି | ଛତିଆରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ ଟେନିକଏଟ,କ୍ରିକେଟ,ଫୁଟବଲ,ଭଲିବଲ ଠାରୁ ଆରମ୍ଭ କରି ବହୁ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେଉଛି | ହେଲେ ଏଠାରେ ମିନି ଷ୍ଟାଡିଅମ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା | ୨୦୧୫ ରେ ଏହାର ନିର୍ମାଣ ପାଇଁ ପ୍ରଥମେ ୧୦ଲକ୍ଷ ଟଙ୍କା ଓ ପରେ ଆହୁରି ୧୦ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା | ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ଏଥିପାଇଁ ତାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫ଲକ୍ଷ ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ,ହେଲେ ଆଜିଯାଏଁ ସମ୍ପୂର୍ଣ୍ଣ ହୋଇପାରିଲାନାହିଁ | ୫ବର୍ଷ ପୂର୍ବରୁ ନିର୍ମାଣ କରଯାଇଥିବା ପ୍ରବେଶ ଦ୍ୱାରା ତୋରଣରୁ ଟାଇଲ ଖସି ପଡ଼ିଲାଣି | ହେଲେ ଷ୍ଟାଡିଅମ ଭିତରର ଅନେକ ସ୍ଥାନ ଖାଲ ଖମାରେ ପରିପୂର୍ଣ ଦେଖାଯାଉଛି | ଷ୍ଟାଡିଅମ ପରିସରରେ ଏକ ପୋଷାକ ବଦଳାଇବା କୋଠରୀ ଓ ମୁକ୍ତକାଶ ବ୍ୟାୟାମଶାଳା ନିର୍ମାଣ ପାଇଁ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ୬ମାସ ପୂର୍ବରୁ ବ୍ଲକ କାର୍ଯ୍ୟାଳୟକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି | ଏହି ଟଙ୍କା ଆସିବାର ୬ମାସ ବିତିଯାଇଥିଲା | ହେଲେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଛତିଆ ମିନି ଷ୍ଟାଡିଅମର ବାକି ଥିବା ନିର୍ମାଣ କାର୍ଯ୍ୟ ଶେଷ କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଖେଳାଳି ତଥା କ୍ରିଡାମାନେ ଦାବି କରିଛନ୍ତି |

Leave A Reply

Your email address will not be published.