News portal website
before header
[URIS id=5393]

ନଦୀ କୁଳିଆ ଲୋକେ ଭୟଭୀତ ବନ୍ଧକୁ ଆସିଲେ ଦେଖୁଛନ୍ତି କୁମ୍ଭୀର

0 77

ଅଷ୍ଟିନ ନିଉଜ
ତା-୨୫-୦୮-୨୦୨୩

ସୁଯୋଗ ଦେଖି ମଣିଷ,ଗାଈଗୋରୁ,ଛେଳି,ମେଣ୍ଢା ଓ କୁକୁର ଭଳି ଉପରେ ଅଚାନକ ଝାମ୍ପ ମାରୁଛି କୁମ୍ଭୀର| ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତ ନିଆଳି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ କୁମ୍ଭୀର ଦେଖାଯାଇଛି | ନିଆଳି ଗ୍ରାମର କେଲୁଅ ନଦୀର ଆର ପାଖରେ ଥିବା ବନମାଳୀପୁର ଗ୍ରାମରେ ଜଣେ ବୃଦ୍ଧାଲୋକ ରାଙ୍କ ଗାଈକୁ ଚରାଉଥିବା ସମୟରେ ହଠାତ କୁମ୍ଭୀର ଗାଈକୁ ଆକ୍ରମଣ କରିବାରୁ ବୃଦ୍ଧା ଜଣକ ଜାଣି ପାଟି କରି ଟେକା ପକେଇବାରୁ ସେ ଗାଈକୁ ଛାଡି ଦେଇଥିଲା | ହେଲେ କୁମ୍ଭୀର ସେଠାରୁ ଆସି ଦିନ ୩ଟାରୁ ସନ୍ଧ୍ୟା ୫ଟା୩୦ ଯାଏ ଆରପାଖ ନଦୀ କୂଳରେ ରହିଲା,ହେଲେ ବନମାଳିପୁର ଲୋକମାନେ ଖବର ପାଇ ନଦୀ ତୁଠକୁ ଆସି ପାଟି କରି ଟେକା ପକେଇବାରୁ କୁମ୍ଭୀର ସେଠାରୁ ଚାଲିଆସିଲା | ହେଲେ କେତେଦିନ ଆଉ ଏମିତି କୁମ୍ଭୀର ଆତଙ୍କ ଚାଲିବ | ସେହିପରି ଯାଜପୁର ଜିଲ୍ଲା ବରୀ ବ୍ଲକ ବିରୂପା ନଦୀରେ ଏକ ମହିଳାଙ୍କୁ କୁମ୍ଭୀର ଟାଣିନେଇ ଖୀନଭିନ କରି ଖାଇଦେଇଥିଲା ମହିଳା ଜଣକ ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ମହିଳାଙ୍କ ଗୋଡ଼କୁ ଟାଣିନେଇ ଆରପାଖ ନଦୀରେ ଲୋକମାନଙ୍କ ଆଗରେ ମହିଳା ଜଣଙ୍କୁ ଖାଇଦେଇଥିଲା,ହେଲେ ସେଠାକାର ଲୋକେ ଆଖିଆଗରେ ଦେଖି ମଧ୍ୟ କିଛି କରି ପାରିନଥିଲେ | ଖବର ପାଇ ଅଗ୍ନିଶମ ବାହିନୀ ଆସିବାରୁ ସବୁକିଛି ଶେଷ ହୋଇଯାଇଥିଲା | ସେହି ମହିଳା ଜଣକ ହେଉଛନ୍ତି ବରୀ ବ୍ଲକର ଅମଠପୁର ପଞ୍ଚାୟତ ପାଲଟପୁର ଗ୍ରାମର ଅନାମ ଜେନାଙ୍କ ଧର୍ମପତ୍ନୀ ଜ୍ୟୋସ୍ନାଙ୍କ ଖଣ୍ଡବିଖଣ୍ଡିତ ଶରୀର ବ୍ୟବଚ୍ଛେଦ ହୋଇ ଫେରିବା ପରେ ସତ୍କାର କରାଯାଇଛି |ହେଲେ ଗୋଟେ ମା ପାଖରୁ ଦୁଇଦୁଇଟି ପିଲା ଅଲଗା ହେବା କେତେ ଯେ କଷ୍ଟକର ସେଇଟା ଗୋଟେ ମା ହିଁ ବୁଝିପାରିବ |

Leave A Reply

Your email address will not be published.