News portal website
before header
[URIS id=5393]

ଚାଷ ପାଇଁ ଚାଷୀଙ୍କ ଧମକ

0 73

ଅଷ୍ଟିନ ନିଉଜ
ତା-୨୫-୦୮-୨୦୨୩

ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୪ ନମ୍ବର କେନାଲ ଓ ଏହାର ଶାଖା କେନାଲରେ ତଳ ମୁଣ୍ଡକୁ ପାଣି ଯାଉନାହିଁ | ହଜାର ହଜାର ଏକର ଜମିରେ ଧାନଚାଷ ବାଧାପ୍ରାପ୍ତ ହୋଇଛି | କେତେକ ସ୍ଥାନରେ ରୁଆ ଯାଇଥିବା ଧାନଗଛ ପାଣି ଅଭାବରୁ ମରିବା ଆରମ୍ଭ କଲାଣି | ହେଲେ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ |ଚାଷୀମାନଙ୍କ ଆନ୍ଦୋଳନ ଯେ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଧମକ ଦେଇଛନ୍ତି | ବର୍ଷାର ଅନିୟମିତା ଓ କେନାଲରେ ଠିକ ଭାବେ ପାଣି ଆସୁନଥିବାରୁ ବଡକାଏମା,ମିର୍ଜାପୁର,ପାଟପୁର,କୋତପୁର ଆଦି ପଞ୍ଚାୟତରେ ଅଧିକାଂଶ ଜମିରେ ଧାନ ବେଉଷଣ,ତଳି ଉପାଡିବା,ରୋଇବା ଓ ଜମି ପ୍ରସ୍ତୁତ କରିବାରେ ଅସୁବିଧା ହେଉଛି | ପାଣି ଅଭାବରୁ ଫସଲ ମଧ୍ୟ ପ୍ରଭାବିତ ହୋଇଛି | ହେଲେ କେତକ ଚାଷୀ ବାଧ୍ୟ ହୋଇ ଚାଷ ଜମିରେ ମୋଟର ଲଗାଇ ପାଣି ମଡାଉଛନ୍ତି| ବର୍ଷା ହେଲେ ଫସଲ ହେଵ,ନହେଲେ ଫସଲ ମଲା | କେନାଲ ମରାମତି ଓ ସଫେଇ ନାଁରେ କୋଟିକୋଟି ଟଙ୍କା ହରିଲୁଟ କରାଯାଉଛି | ଏହାର ପ୍ରତିବାଦରେ ଗତ ୧୬ ତାରିଖରେ କାଏମା,ଗୋପନଗର,ନାଉପାଳ,ଅନନ୍ତପୁର, ଗୋଗଲ ଓ ମିର୍ଜାପୁର ଗ୍ରାମର ଶତାଧିକ ଚାଷୀ କାଏମାସ୍ଥିତ ଜଳସେଚନ ବିଭାଗ ସରକାରୀ କାର୍ଯ୍ୟଳୟରେ ତାଲା ପକାଇବା ସହିତ ଧାରଣା ଦେଇଥିଲେ | ହେଲେ ବାଧ୍ୟ ହୋଇ ଚାଷୀମାନେ ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ତହସିଲଦାରଙ୍କୁ ଦାବିପତ୍ର ଦେବା ସହିତ ଜାରକା ଜଳସେଚନ ଅଧିକାରୀଙ୍କୁ କେନାଲ ପାଣି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ | ତଥାପି କେନାଲ ତାଲା ମୁଣ୍ଡରେ ପାଣି ପହଞ୍ଚି ପାରିଲା ନାହିଁ | ତୁରନ୍ତ କେନାଲ ତଳ ମୁଣ୍ଡକୁ ପାଣି ଆସିବା ବ୍ୟବସ୍ଥା କରାନଗଲେ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଦିପାଞ୍ଚଳ କୃଷକ ମଞ୍ଚର ସମ୍ପଦ ଅଭିମନ୍ୟୁ ଧଳ ଚେତାବନୀ ଦେଇଛନ୍ତି |

Leave A Reply

Your email address will not be published.