News portal website
before header
[URIS id=5393]

ଖଣିଜ ସମ୍ପଦ ଲୁଟ ଚାଲିଛି

0 70

ଅଷ୍ଟିନ ନିଉଜ
ତା-୨୨-୦୮-୨୦୨୩

ଲଘୁ ଖଣିଜ ସମ୍ପଦ ତହସିଲଗୁଡିକ ବିଫଳ ହେବା ପରେ ସ୍ୱତନ୍ତ୍ର ଭାବେ ଖଣି ବିଭାଗରେ ଲଘୁ ଖଣିଜ ସମ୍ପଦ ପାଇଁ ନିର୍ଦ୍ଧେଶାଳୟ ଖୋଲିଚି | ମହରଗରୁ ଯାଇ କାନ୍ତରରେ ପଡିବ ଭଳି ହୋଇଛି | ଦିନରାତି ମୋରମ,କଳାପଥର,ବାଲି ଲୁଟ ଚାଲିଛି | ହେଲେ ପୁଲିସ ଓ ତହସିଲର ଜ୍ଞାତସାରରେ ବାଲିଚନ୍ଦ୍ରପୁର ଥାନା ନିକଟ ଦର୍ପଣ ତହସିଲ ଅଧୀନ ମାଣ୍ଡୁକା ପାହାଡ଼ରେ ୨ଟି ମେସିନ ଲଗାଇ ଦିନରାତି ମୋରମ ଖୋଳା ଚାଲିଛି | ପୁଲିସ,ତହସିଲ ଓ ଖଣିବିଭାଗ ଅଧିକାରୀଙ୍କ ନିରବତାକୁ ନେଇ ସନ୍ଦେହ ବୃଦ୍ଧି ପାଇବାରେ ଲାଗିଛି | କୋଟିକୋଟି ଟଙ୍କାର ମୋରମ ନିୟମିତ ଚୋରି ଚାଲିଛି | ଗତ ଜୁଲାଇ ମାସ ୩ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲ,ପୁଲିସ ଓ ଖଣିବିଭାଗ ଅଧିକାରୀ ଚଢ଼ଉ କରି ଏକ ମେସିନ ଏବଂ ୬ଟି ଗାଡି ଜବତ କରିଥିଲେ | ଗୋଟିଏ ବଦଳରେ ୨ଟି ମେସିନ ଲଗାଇ ଶହଶହ ଟ୍ରିପ ଚୋରା ମୋରମ ପ୍ରତି ସପ୍ତାହରେ ଚାଲାଣ କରୁଛନ୍ତି | ଅନେକ ଅଞ୍ଚଳରୁ ଗଛ କାଟି ମାଫିଆମାନେ ମୋରମ ଖୋଳି ଚାଲାଣ କରୁଥିବାବେଳେ ବାଲିଚନ୍ଦ୍ରପୁର ଥାନା ପୁଲିସ ଓ ଦର୍ପଣ ତହସିଲର ନିରବତାକୁ ନେଇ ପ୍ରଶ୍ନ ଉଠିଛି | ଏହି ଚୋରା ଖାଦାନ ନିକଟରେ ହରିଶ ପ୍ରସାଦ ସେନାପତିଙ୍କୁ ଏକ ଖାଦାନର ଲିଜ ଆସନ୍ତାବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦିଆଯାଇଛି | ଏଠାରୁ ବର୍ଷକ ମାତ୍ର ୩ହଜାର ଘନ ମିଟର ମୋରମ ଖନନ ପାଇଁ ପରିବେଶ ବିଭାଗ ଅନୁମତି ଦେଇଛି | ଚୋରା ଖାଦାନରୁ ମାଫିଆମାନେ ପ୍ରତି ସପ୍ତାହରେ ୫ହଜାରରୁ ଅଧିକ ଘନମିଟର ମୋରମ ଚୋରାଚାଲାଣ କରୁଛନ୍ତି | ଏହି ସଂସ୍ଥାକୁ ଏଠାରୁ ଦିନରାତି ଚୋରା ମୋରମ ବିକ୍ରି ଚାଲିଛି | ପ୍ରଶାସନ କାହିଁକି ମାଫିଆଙ୍କ କାର୍ଯ୍ୟ ପ୍ରତି ଆଖିବୁଜି ଦେଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

Leave A Reply

Your email address will not be published.