News portal website
before header
[URIS id=5393]

ବାରବର୍ଷର ପିଲା ପାଠ ପଢିବା ବଦଳରେ ଗୋରୁଗାଈ ଚରାଉଛି

0 66

ଅଷ୍ଟିନ ନିଉଜ
ତା-୨୨-୦୮-୨୦୨୩

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କଅସ ପଞ୍ଚାୟତର ଟିକରପଡା ଗ୍ରାମର ଶିଶୁ ହାତରେ ବହିଖାତା,କଲମ ବଦଳରେ ପାଞ୍ଚଣ ଧରି ଗୋରୁଗାଈ ଚରାଉଛି | ଶିଶୁ ଶ୍ରମିକ ଓ ଶିକ୍ଷା ଅଧିକାରୀ ଆଇନ ବାଟ ହୁଡ଼ିଛି | ବାରବର୍ଷର ପିଲା ତା ବାପା ମା ଙ୍କୁ ହରାଇବା ପରେ ସେହି ଗ୍ରାମର ଜଣେ ଲୋକଙ୍କ ଘରେ ସେ ଗାଈ ଜଗୁଆଳ ସାଜିଛି | ପିତାଙ୍କ ମୃତ୍ୟୁ ଓ ମା ନିଖୋଜ ହେବାପରେ ନିରାଶ୍ରୟ ରାଜୁଙ୍କ ପାଠପଢ଼ାରେ ଡୋରି ବନ୍ଧାହେଲା |ପେଟ ପାଇଁ ପର ଘରେ ତିନିମାସ ହେଲା ଗାଈ ଓ ଛେଳିଙ୍କର ଜଗାରଖ କରୁଛନ୍ତି | ପାଠ ପଢିବାକୁ ଆଗ୍ରହ ଥିଲେ ମଧ୍ୟ ପଢ଼ିପାରନ୍ତିନି |ଟିକରପଡାରେ ଥିବାବେଳେ ସେ ପଞ୍ଚମ ଶ୍ରେଣୀରେ ପଢୁଥିଲା | ହେଲେ ରାଜୁର ଆଉ ଦୁଇ ଭାଇଭଉଣୀ ଜେଜେମା ପାଖରେ ରହୁଥିବା ରାଜୁ କହିଛି | ଏଠାରେ ସରକାରୀକଳ ସହିତ ଏକାଧିକ ଶିଳ୍ପ ଓ ଖଣି ସଂସ୍ଥାର କୋଟିକୋଟି ଟଙ୍କାର ସିଏସଆର କାର୍ଯ୍ୟ କାଗଜପତ୍ରରେ ଚାଲିଛି | ଶିଶୁମାନଙ୍କ ଶିକ୍ଷା ଅଧିକାରୀ କରିବା ପାଇଁ ସିଏସଆର ଫଣ୍ଡ ମାଧ୍ୟମରେ ଅସ୍ପୟରେ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାମ କରୁଛି | ହେଲେ ଏଭଳି କେତେକ ପିଲା ମଧ୍ୟ ପାଠ ନପଢି ପରଘରେ ନିୟୋଜିତ ଅଛନ୍ତି | ରାଜୁ ଭଳି କେତେ ପିଲାଙ୍କୁ ଚିହ୍ନଟ କରି ଶିକ୍ଷା ଅଧିକାରୀ କରିବା ପାଇଁ ଦାବି ହୋଇଛି |

Leave A Reply

Your email address will not be published.