News portal website
before header
[URIS id=5393]

ମରଣଯନ୍ତା ପାଲଟିଛି ନଦୀବନ୍ଧ

0 68

ଅଷ୍ଟିନ ନିଉଜ
ତା-୨୪-୦୮-୨୦୨୩

ବଳୀମାଫିଆଙ୍କ ୨୩ କୋଟିର ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି |ସାଧାରଣ ଲୋକେ ନଦୀବନ୍ଧରେ ଯାତାୟାତ କରିବା ଏବଂ ଲୋକମାନେ ଗାଡି ନେଇ ବନ୍ଧକୁ ଯିବାକୁ ମଧ୍ୟ ଭୟ କରିଲେଣି | ବାଲି ବୋଝେଇ ଗାଡି ଚକ ତଳେ ଜୀବନ ଚାଲିଯିବା ଲୋକମାନଙ୍କୁ ଭୟଭୀତ କରିଦେଇଛି | ହେଲେ ବୁଢା ନଦୀର ଆରମ୍ଭ ସ୍ଥଳୀ ମାଳଆନନ୍ଦପୁର ଠାରୁ ସିଂହପୁର ପର୍ଯ୍ୟନ୍ତ ନଦୀବନ୍ଧ ସମ୍ପ୍ରସାରଣ କାର୍ଯ୍ୟ କରାଯାଇଥିଲା | ମାଳଆନନ୍ଦପୁର ଠାରୁ ବୁଢାଘାଟ ପର୍ଯ୍ୟନ୍ତ ୧୨.୪୦୦ କିମି ରାସ୍ତାକୁ ୨୩ କୋଟି ବ୍ୟୟ ଅଟକଳରେ ସମ୍ପ୍ରସାରଣ କରାଯାଇଥିଲା | ତେବେ ନଦୀବନ୍ଧ ସମ୍ପ୍ରସାରଣ ବେଳେ ବେଆଇନ ଭାବେ ନଦୀ ପଠାରୁ ମାଟି ଉଠାଇ ବନ୍ଧରେ ପକା ଯାଇଛି | ହେଲେ ଏବେ ସ୍ଥାନୀୟ ଲୋକମାନଙ୍କୁ ସୁରକ୍ଷା ଦେବା ବଦଳରେ ତାଙ୍କ ପାଇଁ ବିପଦ ହୋଇ ଛିଡ଼ାହୋଇଛି | ରାସ୍ତା କଡରେ ଥିବା ଚଇନପୁର,ବିଦ୍ୟାଧରପୁର, ଗୋପନଗର ଆଦି ଅଞ୍ଚଳରେ ୫ ପଞ୍ଚାୟତରେ ହଜାରହଜାର ଲୋକ ଯାତାୟାତ ପାଇଁ ଏହି ନଦୀବନ୍ଧ ଉପରେ ଭରସା କରନ୍ତି | ବୁଢ଼ାନଦୀ ଓ ଖରସ୍ରୋତା ନଦୀରୁ ଆସୁଥିବା ଶହଶହ ଚୋରାବାଲି ବୋଝେ ଗାଡି ଏହି ରାସ୍ତାକୁ ସୁରକ୍ଷିତ ଭାବେ ବ୍ୟବହାର କରୁଛନ୍ତି | ନିର୍ମାଣ ପରେ ୩ବର୍ଷ ହେଲା ନଦୀବନ୍ଧ ରାସ୍ତାର ମରାମତି ପାଇଁ ଥିବା ଅର୍ଥ ଲୁଟ ହେଉଛି | ଏହି ରାସ୍ତାରେ ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି | ଏହି ରାସ୍ତା ଦେଇ ପ୍ରତିଦିନ ବାଲେଶ୍ୱର ଓ କୋଲକାତା ଅଞ୍ଚଳକୁ ହାଇବାରେ ବାଲି ପରିବହନ ହେଉଛି | ଦ୍ରୁତଗତି ଓ ଭାରୀଯାନ ଗୁଡିକ ପାଇଁ ପ୍ରତିଦିନ ଦୁର୍ଘଟଣା ହେଉଛି | ତେଣୁ ଏହି ରାସ୍ତାରେ ସାଧାରଣ ଜନତା ଯାତାୟାତ ପାଇଁ ଭୟ କରୁଛନ୍ତି | ନଦୀକୁ ଲାଗିକରି ନିର୍ମାଣ ହୋଇଥିବା ଏହିରାସ୍ତା କଡରେ ଲାଗିଥିବା ସୁରକ୍ଷା ବାଡ଼ ମଧ୍ୟ ଝୁଲି ରହିଛି | ଏହାର ଖୁଣ୍ଟ କଡ଼ରୁ ମାଟି ଧୋଇ ଯାଇଥିବା ବେଳେ ସୁରକ୍ଷା ବାଡ଼ ଗଳି ପଡ଼ିବାର ପରିସ୍ଥିତି ସୃଷ୍ଟି ହୋଇଛି | ଲୋକମାନେ ବାଲି ପରିବାହାନକୁ ବିରୋଧ କରିବାରୁ ବାଲି ମାଫିଆ ଗାଁ କୁ ଆସି ଲୋକମାନଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହେଉଛି | ଏହାର ମରାମତି ସହ ବାଲି ଗାଡି ଚଳପ୍ରଚଳରେ ରୋକ ଲଗାଇଦେବାକୁ ଦାବି ହୋଇଛି |

Leave A Reply

Your email address will not be published.