News portal website
before header
[URIS id=5393]

ଭାଙ୍ଗିରୁଜି ଗଲାଣି ଜାରକା-ବ୍ରାହ୍ମଣଦା କେନାଲ ବନ୍ଧ

0 62

ଅଷ୍ଟିନ ନିଉଜ
ତା-୨୧-୦୮-୨୦୨୩

ଧର୍ମଶାଳା ବ୍ଲକ ୧୪ ନମ୍ବର କେନାଲର ଜାରକା ପୁରୁଣା ସିନେମା ହଲ ନିକଟରୁ ପ୍ରାୟ ୨କିମି ପର୍ଯ୍ୟନ୍ତ ଲମ୍ବିଥିବା ପିଚୁରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି | ଖାଲ ଢିପ ପାଇଁ ରାସ୍ତାରେ ଲୋକଙ୍କ ଯିବା ଆସିବା ଅସୁବିଧା ସୃଷ୍ଟି ହେଉଛି | ହେଲେ ଜାରକା ଜଳସେଚନ ବିଭାଗ ପକ୍ଷରୁ ୭ ବର୍ଷ ପୂର୍ବେ ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟରେ ଏହି କେନାଲ ରାସ୍ତାକୁ ସୁଦୃଢ଼ୀକରଣ କରାଯାଇଥିଲା | ଏହି କେନାଲ ବନ୍ଧଦେଇ ରାସ୍ତାରେ ପ୍ରତେକଦିନ ଶହଶହ ମାଟି ବୋଝେଇ ହାଇବା ଯାତାୟାତ କରିବାରୁ ରାସ୍ତା ଦବିଯିବା ସହିତ ବହୁ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି | ଖରାଦିନେ ରାସ୍ତାରେ ବହୁତ ଧୂଳି ଉଡୁଥିବା ବେଳେ ବର୍ଷା ହେଲେ ପାଣିକାଦୁଆ ରାସ୍ତାରେ ଯିବାଆସିବା କଷ୍ଟକର ହେଉଛି | ହେଲେ ବର୍ଷାଦିନେ ଲୁହା ଚକାଲଗା ଟ୍ରାକ୍କର ଯାତାୟାତ କରି ବଡ଼ବଡ଼ ଖାଲ ହୋଇଥିବାରୁ ଗାଡିମୋଟର ଯିବାଆସିବା ରେ ଅସୁବିଧା ସୃଷ୍ଟି ହେଉଛି | ଏମିତି ପ୍ରତିଦିନ ଜାଲଶୁଖା,ଟୀକାରସାହି,ଶାଳୁଆ ପତରିଆ,ଭାତୁରିପଶି ଗ୍ରାମବାସୀଙ୍କ ସମେତ ନିକଟସ୍ଥ ବସ୍ତିବାସିନ୍ଦା ଯାତାୟାତ କରୁଛନ୍ତି | ଏହି ରାସ୍ତାରେ ଗୋଟିଏ ଠିପି ବନ୍ଦ ବିଦେଶୀ ମଦ ଦୋକାନ,ଠିପିଖୋଲା ମଦ ବାର ଓ ଦେଶୀ ମଦ ଦୋକାନ ରହିଛି | ଏହି ଦୋକାନକୁ ଯିବା ପାଇଁ ବିଭିନ ଅଞ୍ଚଳର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରନ୍ତି | ମଦନିଶାରେ କେତେକ ଲୋକ ଉକ୍ତ ଖାଲଢିପ ରାସ୍ତାରେ ପଡି ଆହତ ହେଉଛନ୍ତି | ତୁରନ୍ତ ଏହି ରାସ୍ତାକୁ ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |

Leave A Reply

Your email address will not be published.