News portal website
before header
[URIS id=5393]

ଖଜୁରୀପୋଖରୀ ଗାଁରେ ଦଳିତ ବସ୍ତି ପାଇଁ ଚାଲିଛି ବୋମାମାଡ,୬ ଆହତ

0 107

ଅଷ୍ଟିନ ନିଉଜ
ତା-୨୧-୦୮-୨୦୨୩

ଘନଘନ ବୋମାମାଡରେ ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ରତଳାଙ୍ଗ ପଞ୍ଚାୟତ ଖଜୁରିପୋଖରୀ ଗ୍ରାମର ଦଳିତ ବସ୍ତି ଅଶାନ୍ତ ହୋଇଛି | ରବିବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାରୁ ୧୦ରୁ ଅଧିକ ବୋମାମାଡ ହୋଇଛି | ଟେକାପଥର ମାଡ ସହିତ ବୋମାମାଡରେ ଉଭୟ ଗୋଷ୍ଠୀର ୬ଜଣରୁ ଅଧିକ ଆହତ ହୋଇଛନ୍ତି | ସେମାନଙ୍କୁ ବରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରଯାଇଛି | ଖବର ପାଇ ବରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅଫୁଟା ବୋମା ଜବତ କରି ତଦନ୍ତ ଆରମ୍ଭ କରିଛି | ପୁଲିସ ଫୋର୍ସ ଧରି ଏସଡିପିଓ ସତ୍ୟବ୍ରତ ଲେଙ୍କା ଘଟଣା ସ୍ଥଳରେ ପଇଁତରା ମାରିଛନ୍ତି | ପୁଲିସ ପଇଁତରା ଦେଖି ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି |ହେଲେ ଦଳିତ ବସ୍ତିର ଏକ ରାସ୍ତାକୁ ନେଇ ବହୁଦିନ ହେଲା ଜଗତ ଜେନା ପରିବାର ସହିତ ଧନେଶ୍ୱର ଜେନାଙ୍କ ସହିତ ବିବାଦ ରହିଥିଲା | ଆଜି ଉଭୟ ଗୋଷ୍ଠୀ ମଧ୍ୟରେ ବଚସାରୁ ହାତାହାତି ପର୍ଯ୍ୟନ୍ତ ଘଟଣା ଚାଲିଯାଇଥିଲା |ଉଭୟ ପକ୍ଷରୁ ଟେକାପଥର ମାଡ ସହିତ ବୋମାମାଡ ହୋଇଥିଲା | ଏଥିରେ ଧନେଶ୍ୱର ଜେନା,ଚନ୍ଦନ ଜେନା,ବାନା ଜେନା,କରୁଣାକର ଜେନା, ଆନନ୍ଦ ଜେନା,ଧୀରେନ ଜେନା, ଆହତ ହୋଇଛନ୍ତି | ଆହୁରି ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି ହେଲେ ଡାକ୍ତରଖାନା ନଯିବା ଜଣାପଡିଛି | ହେଲେ ଦୁଇ ପକ୍ଷରୁ ଅଭିଯୋଗ ହୋଇଛି | ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି | ଗାଁ ରେ ଦୁଇ ପ୍ଲାଟନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି | ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଚିତ୍ତରଞ୍ଜନ ଜେନା ସୂଚନା ଦେଇଛନ୍ତି |

Leave A Reply

Your email address will not be published.