News portal website
before header
[URIS id=5393]

ବିଏସ କଲେଜ ବାର୍ଷିକ ଉତ୍ସବରେ ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ!

0 97

ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ,ବିଧାନସଭା ସଦାଚାର କମିଟି ଅଧ୍ୟକ୍ଷ ତଥା ବଡଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ଯୋଗଦାନ।

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଅରଖପୁର ପଞ୍ଚାୟତ ନୁଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ରେ ୪୪ ତମ ପ୍ରତିଷ୍ଠା ଦିବସ ଉତ୍ସବ ଶେଷ ହୋଇଯାଇଛି।

ଏହି ଉତ୍ସବକୁ ବିଧାନସଭା ସଦାଚାର କମିଟି,ତଥା ବଡଚଣା ବିଧାୟକ ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ ଉଦଘାଟନ କରିଥିବା ବେଳେ,ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇଥିଲେ।ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିବା ବେଳେ,ମୁଖ୍ୟବକ୍ତା ଭାବରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫେସର ତ୍ରିଲୋଚନ ରାଉତରାୟ ଏବଂ ସଭାରେ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ସଭାପତିତ୍ୱ କରିଥିଲେ।

ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ,ଅଧ୍ୟୟନରତ ଛାତ୍ରଛାତ୍ରୀ, ସ୍ୱାଗତ ସମ୍ବର୍ଦ୍ଧନା ସଙ୍ଗୀତ ଗାନ କରିଥିବା ବେଳେ,ମଞ୍ଚରେ ଥିବା ଅତିଥିଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ।

ବଡଚଣା ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସେନାପତି, ଯୋନ ଷୋହଳ ଜିଲ୍ଲା ପରିଷଦ ସଭ୍ୟ ଇଂ ଯତୀନ୍ଦ୍ର ପ୍ରସାଦ ନାୟକ,ମିହିର ସ୍ବାଇଁ,ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

BreakingNews

BSCollege

44thFoundationDay

HigherEducationMinister

AtanuSabyasachiNayak

AmaraPrasadSatpathy

BadachanaMLA

UtkalUniversityChancellor

ProffesiorSabitaAcharya

OdishaNews

OdiaNews

AustinNews

Odisha

Leave A Reply

Your email address will not be published.