News portal website
before header
[URIS id=5393]

ଚାଷୀ ଝିଅ ହେବେ ଡାକ୍ତର।

0 202

ଅଷ୍ଟିନ ନିଉଜ/ ବଡ଼ଚଣା
ତା-୦୯-୦୮-୨୦୨୩

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରଦା ପଞ୍ଚାୟତ ବରଦା ଗ୍ରାମର ଚାଷୀ ଜ୍ଞାନେନ୍ଦ୍ର କୁମାର ସାମଲ ଓ ବିଦ୍ୟୁତଲତା ସାମଲଙ୍କ ଏକମାତ୍ର ଝିଅ ଶୁଭଶ୍ରୀ ସାମଲ ନିଟରେ ୧୨୬୫ ସ୍ଥାନ ହାସଲ କରି ଡାକ୍ତରୀ ପଢିବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ |ଶୁଭଶ୍ରୀ ପୁରୀସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି |

ଶୁଭଶ୍ରୀ ନିଜ ଗାଁରେ ନିଗମାନନ୍ଦ-ପ୍ରହଲ୍ଲାଦ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇ ରେଭେନ୍ସାରେ ଯୁକ୍ତ ୨ ବିଜ୍ଞାନ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇଥିଲେ|ପରେ ବରୀସ୍ଥିତ ଜିସି କଲେଜରେ ଯୁକ୍ତ ୩ ବିଜ୍ଞାନରେ ମଧ୍ୟ ପ୍ରଥମ ଶ୍ରେଣୀରେ ଉର୍ତ୍ତିର୍ଣ୍ଣ ହୋଇଥିଲେ |ନିଜ ଗାଁ ବିଦ୍ୟାଳୟ ପ୍ରତିଷ୍ଠାର ୭୭ ବର୍ଷ ପରେ ସେ ଏକମାତ୍ର ଛାତ୍ରୀ ଭାବେ ଡାକ୍ତରୀ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି |ସେ ଶିକ୍ଷକ ରାଜେନ୍ଦ୍ର ସାମଲ ଓ ପୂର୍ବତନ ସରପଞ୍ଚ ଦମୟନ୍ତୀ ସାମଲଙ୍କ ଝିଆରୀ |

ସେ ଡ଼ାକ୍ତରୀ ପଢିବା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଛାର ସୁଅ ଛୁଟିଛି।

Leave A Reply

Your email address will not be published.