News portal website
before header
[URIS id=5393]

ପିଇଓ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବାର କାରଣ କ’ଣ?

0 225

ଅଷ୍ଟିନ ନ୍ୟୁଜ/ରସୁଲପୁର

ତା-୦୮-୦୯-୨୦୨୩

ନିଖିଳ ଉତ୍କଳ ଗ୍ରାମ ପଂଚାୟତସ୍ତରୀୟ ସଂଘର ଆନ୍ଦୋଳନ ଡାକରାରେ ସାମିଲ ହୋଇଛି ରସୁଲପୁର ପିଇଓ ସଂଘ। ସଂଘର କର୍ମକର୍ତ୍ତା ମାନେ ଆଜି ରସୁଲପୁର ବ୍ଲକ ପିଇଓ ସଂଘର ସଭାପତି ସୁଧିର କୁମାର ମହାନ୍ତିଙ୍କ ନେତୃତ୍ୱରେ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିଛନ୍ତି।

ସେମାନଙ୍କ କହିବା ମୁତାବକ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଗ୍ରାମପଂଚାୟତରେ ଅନୁଷ୍ଠିତ ସମସ୍ତ କାର୍ଯ୍ୟରେ ସେମାନେ କାର୍ଯ୍ୟ କରିଆସୁଛନ୍ତି କିନ୍ତୁ ସରକାର ସେମାନଙ୍କ ପ୍ରତି ଚରମ ଅବହେଳା କରିଛନ୍ତି।ଏପରକି ପଂଚାୟତରେ ଭତ୍ତା ବଂଟନ,ରାସ୍ତାଘାଟ ନିର୍ମାଣ,ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ, ମନେରେଗା ଯୋଜନାକୁ କାର୍ଯ୍ୟକାରୀ କରିବା,କେନ୍ଦ୍ରୀୟ ଅର୍ଥ କମିଶନର ଅର୍ଥରାଶି ଏବଂ ରାଜ୍ୟ ଅର୍ଥ କମିଶନର ଅର୍ଥରାଶିର ସୁ ପରିଚାଳନା କରିବା,ଗ୍ରାମସଭା ଏବଂ ପଲ୍ଲୀସଭା କରାଇବା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଚୟନ କରିବା,ପାନୀୟ ଜଳ ଯୋଗାଇବା ଆଦି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ସର୍ବଦା ଲିପ୍ତ ରହୁଛନ୍ତି ।

ସେମାନଙ୍କ ଦାବି ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା ପରିବର୍ତ୍ତନ କରିବା,ପେ ସ୍କେଲ ୫ରୁ ୯କୁ ବୃଦ୍ଧି କରିବା, ସେମାନଙ୍କୁ ଶତ ପ୍ରତିଶତ ପ୍ରମୋଶନ କରିବା,ସରକାରୀ ନିୟମ ମୁତାବକ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ଆଦି ଦାବି ଗୁଡିକ ବହୁଦିନ ଧରି ଦାବି କରାଯାଇଥିଲେ ସୁଧା ତାହା ଏ ପର୍ଯ୍ୟନ୍ତ ପୂରଣ କରାଯାଇନାହିଁ।

ପୂର୍ବରୁ ସରକାର ଏହାକୁ ପୂରଣ କରିବାର ପ୍ରତିଶୃତି ଦେଇ ସଂଘର ଆନ୍ଦୋଳନକୁ ବନ୍ଦ କରାଇଦେଇଥିଲେ।ଏହାକୁ ପୂରଣ ନ କରିଥିବାରୁ ବାଧ୍ୟ ହୋଇ ପୁଣି ଥରେ ସଂଘ ଆନ୍ଦୋଳନକୁ ଓଲ୍ଲାଇଛି।୭ ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ କରିବା ସହିତ ୧୮ତାରିଖରେ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସରକାରଙ୍କ ପ୍ରତିନିଧି ସଂଘର ରାଜ୍ୟ ସ୍ତରୀୟ ନେତୃତ ମାନଙ୍କ ସହିତ ଆଲୋଚନା କରିଛନ୍ତି ତାହା ଉପରେ ପୁଣି ଅଧିକ ଆଲୋଚନା ହେବ ବୋଲି କୁହାଯାଉଛି।ଯଦି ସରକାର ଦାବି ଗୁଡିକ ନ ଶୁଣନ୍ତି ତେବେ ଆନ୍ଦୋଳନ ଟିବ୍ର ହେବ ବୋଲି ରାଜ୍ୟ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି ।

କଳା ବ୍ୟାଚ୍ ପ୍ରତିବାଦରେ ସଂଘର ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ସମ୍ପାଦକ ଅକ୍ଷୟ କୁମାର ସାମଲ, କୋଷାଧ୍ୟକ୍ଷ ସସ୍ମିତା ମଲିକ,ପ୍ରଫୁଲ୍ଲ କୁମାର ନାଥ, ନିକୁଞ୍ଜ ବିହାରୀ ରାଉତ,ନିରଞ୍ଜନ ବଳ,ରମେଶ ଚନ୍ଦ୍ର ରଣା,ମସତ୍ୟଜିତ୍ ରାଉତ,ପ୍ରଫୁଲ୍ଲ କୁମାର ଜେନା,ଅଭିମନ୍ୟୁ ବିଶ୍ୱାଳ,ଭଦ୍ରଶୀଳା ଦେଓ,ଦେବପ୍ରସାଦ ଧଳ, ସନ୍ତୋଷ କୁମାର ମିଶ୍ର,ଶତ୍ରୁଘ୍ନ ଜେନା, ଅନିଲ କୁମାର ଅଙ୍ଗରାଇ, ତିଳୋତମା ସାହୁ ପ୍ରମୁଖ ସାମିଲ ହୋଇଥିଲେ

Leave A Reply

Your email address will not be published.