News portal website
before header
[URIS id=5393]

ଗୁହାଳରେ ନିଆଁ ଲାଗି ପୋଡି ଗଲେ ପାଞ୍ଚ ଗାଈ ।

0 603

ଅଷ୍ଟିନ ନ୍ୟୁଜ/ବଡଚଣା

ତା-୦୫-ଅଗଷ୍ଟ-୨୦୨୩

ବଡଚଣା ବ୍ଳକ ରଇପୁର ପଞ୍ଚାୟତ ରାମଦାସପୁର ଗ୍ରାମର ଛବିନ୍ଦ୍ର ଦଳାଇଙ୍କ ଗୁହାଳରେ ଗତକାଲି ବିଳମ୍ବିତ ରାତ୍ରରେ ନିଆଁ ଲାଗିଯାଇଥିଲା।୫ ଟି ଗାଈ ପୋଡିଯାଇଛନ୍ତି।ଗୋଟିଏ ବାଛୁରୀ ସମ୍ପୂର୍ଣ୍ଣ ପୋଡିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ବାରଟା ସମୟରେ ଗୁହାଳ ରେ ଲାଗିଥିବା ଧୂଆଁକୁ ଛବିନ୍ଦ୍ର ଗୁହାଳର ଗୋଟିଏ କଡ଼କୁ ଥୋଇ ଶୋଇବାକୁ ଯାଇଥିଲେ।ଗୁହାଳରେ ନିଆଁ ଲାଗିଛି ଦୌଡ଼ି ଆସ ବୋଲି ରାତ୍ରି ତିନିଟାରେ ତାଙ୍କ ଭାଉଜ ଡାକ ପକେଇଥିଲେ।ଉଠିକି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଗୁହାଳ ଟି ସମ୍ପୂର୍ଣ୍ଣ ଜଳି ପୋଡି ଛାରଖାର ହୋଇଯାଇଥିଲା।

ସ୍ଥାନୀୟ ପଶୁ ଡାକ୍ତର ଆସି ଗାଈ ଗୁଡିକୁ ଔଷଧ ଦେଇ ଯାଇଥିବା ବେଳେ ବିଜେପି ସଭାପତି ବାଇଧର ସେନାପତି ଓ ବିଜେପି ସରପଞ୍ଚ ପାର୍ଥି ଉମାକାନ୍ତ ମଳିକ ଯାଇ ପାଲ ଦେଇଛନ୍ତି।ଅପରିପକ୍ଷେ ସରପଞ୍ଚ ବିଭୁ ପ୍ରସାଦ ଦାସ, ସମିତି ସଭ୍ୟ ବିଚିତ୍ରାନନ୍ଦ ଜେନା ମଧ୍ୟ ଯାଇକି ସମବେଦନା ଜଣାଇଥିବା ଛବିନ୍ଦ୍ର କହିଛନ୍ତି।ସରକାରଙ୍କୁ ସାହଯ୍ୟ ପାଇଁ ଛବିନ୍ଦ୍ର ଦଳାଇ ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.