News portal website
before header
[URIS id=5393]

ବନ୍ୟା ଜଳରେ ଯାଜପୁର ଜିଲ୍ଲାର ଶହଶହ ଗାଁ ଜଳବନ୍ଦୀ

0 317
ଅଷ୍ଟିନ ନିଉଜ/ଯାଜପୁର   
ତା-୦୪ -ଅଗଷ୍ଟ-୨୦୨୩

ଲଘୁଚାପ ବର୍ଷାରେ ଯାଜପୁର ଜିଲ୍ଲାର ବ୍ରାହ୍ମଣୀ,ବୈତରଣୀ, ଖରସ୍ରୋତା,କାଣୀ,ବୁଢା, ନଦୀ ଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି | ତଳିଆ ଅଞ୍ଚଳରେ ଲୋକମାନେ ବନ୍ୟାପାଣି ଘେରରେ ରହିଛନ୍ତି | ବୈତରଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ଯାଜପୁର ସହର ଓ ନିକଟସ୍ଥ ପଣସା,ପାଟପୁର,ବରାହନାଥ ଆଦି ଅଞ୍ଚଳରେ ପାଣି ପଶିଯାଇଥିବାର ଦେଖିବାକୁ ମିଳିଛି | ଏହି ଅଞ୍ଚଳର ଯାଜପୁର-ଭଦ୍ରକ ରାସ୍ତା ବୁଡ଼ିଯିବାରୁ ଯୋଗାଯୋଗ ବିଛିର୍ଣ୍ଣ ହୋଇଯାଇଛି |

ବୁଢା ନଦୀର ବନ୍ୟା ଯାଜପୁର ବ୍ଲକର,ସିମିଳିଆ,ସଠିଆଟିକିରି,ମେରକହସନପୁର,ଯାଜପୁର, ଗୋବିନ୍ଦପୁର,ମିର୍ଜାପୁର,ଆଦି ଅଞ୍ଚଳରେ ବନ୍ୟାଜଳ ପଶିଯାଇଅଛି |ଲୋକମାନେ ପାଣିଘେରରୁ ବାହାରି ପାରୁନାହାନ୍ତି |ଆଖପାଖ ଗାଁ ଗୁଡିକ ପାଣିରେ ବୁଡ଼ିଯାଇଛି |ବନ୍ୟାରେ ଯାଜପୁର,ବିଂଝାରପୁର,ଦଶରଥପୁର ଓ କୋରେଇ ଅଞ୍ଚଳର ପଚାଶଟି ପଞ୍ଚାୟତର ୧୭୨ ଗ୍ରାମରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି।

Leave A Reply

Your email address will not be published.