News portal website
before header
[URIS id=5393]

ବାଲିଚନ୍ଦ୍ରପୁର କୃଷି ସମବାୟ ବ୍ୟାଙ୍କର ସ୍ମୃତିଚାରଣ ସଭା।

0 315

ଯାଜପୁର ଜିଲ୍ଲା ବଡଚଣା ବ୍ଳକ ରଇପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ,ସମବାୟ ସମିତି ସଭାପତି,ସମାଜ ସେବୀ,ମିଷ୍ଟଭାଷୀ, ପରୋପକାରୀ ସ୍ଵର୍ଗତ ବ୍ରଜମୋହନ ସାମଲଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା।ଆଜି ସକାଳ ସାଢେ ଦଶଟା ସମୟରେ ରଇପୁର ଗ୍ରାମର ଘାଟକୁଳ ଠାରେ ସଭା ହୋଇଥିଲା।ବାଲିଚନ୍ଦ୍ରପୁର କୃଷି ସମବାୟ ବ୍ୟାଙ୍କ ଓ ଏହି ବ୍ୟାଙ୍କ ଅଧିନରେ ପରିଚାଳିତ ଛଅ ଗୋଟି ପ୍ରାଥମିକ କୃଷି ସମବାୟ ସମିତିର ଚାଷୀ,କର୍ମକର୍ତ୍ତା,ରଇପୁର ଗ୍ରାମ ପଞ୍ଚାୟତର ସରପଞ୍ଚ,ସମିତି-ସଭ୍ୟ,ଜନ ସାଧାରଣମାନଙ୍କ ଦ୍ଵାରା ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଶେଷ ହୋଇଥିଲା।

Notice

ବୋର୍ଡ଼ ଡ଼ାଇରେକ୍ଟର ସଭାପତି ତଥା ଗୋପାଳପୁର ସମବାୟ ସମିତିର ସଭାପତି ଶ୍ରୀ ଶରତ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ନବମ ଦିବସରେ ସମସ୍ତେ ଏକଜୁଟ ହୋଇ ସ୍ବର୍ଗତ ସାମଲଙ୍କ ଫୋଟରେ ପୁଷ୍ପାଞ୍ଜଳି ଦେଇ ଗୋଟିଏ ମିନିଟ ନୀରବ ପାର୍ଥନା କରିଥିଲେ।

ଦୀର୍ଘ ୪୦ ବର୍ଷର ସ୍ୱର୍ଗତ ସାମଲଙ୍କ ସହ ସମ୍ପର୍କ ବିଷୟରେ ଶ୍ରୀ ସାହୁ ବଖାଣି ଥିଲେ।ସାଉଡ଼ିଆ ସମବାୟ ସଭାପତି ତୁଷାର ରଞ୍ଜନ ଜେନା,ବ୍ୟାଙ୍କ ଅଧିକାରୀ ମଣି ରଞ୍ଜନ ବାବୁ,ଭରତପୁର ସମବାୟ ସମ୍ପାଦକ,ଚାରିନଙ୍ଗଲ ସମବାୟ ସମ୍ପାଦକ, ସଭାପତି ଆଦି ସମସ୍ତେ ଲୁହ ଭରା ଆଖିରେ ନିଜ ନିଜର କର୍ମ କ୍ଷେତ୍ରରେ ଅନୁଭୂତି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ସଭାପତି ଜ୍ଞାନରଞ୍ଜନ ଦାସ, ପ୍ରାକ୍ତନ ସରପଞ୍ଚ ଦୀପକ କୁମାର ମହାପାତ୍ର,ସମ୍ପାଦକ ପ୍ରଶାନ୍ତ କୁମାର ସେନାପତି,ଡିଇଓ କୈବଲ୍ୟ ସେନାପତି,ବୋର୍ଡ଼ ମେମ୍ବର ଦିଲୀପ କୁମାର ସାହୁ,ଉପ ସଭାପତି, ସ୍ୱର୍ଗତ ସାମଲଙ୍କ ବନ୍ଧୁ ବିଚିତ୍ର ପଣ୍ଡା,ଘନଶ୍ୟାମ ବିଶ୍ଵାଳ ସମସ୍ତେ ସଭାରେ ରହି ନିଜ ନିଜର ସ୍ମୃତି ଉଜବିତ କରିଥିଲେ।

Leave A Reply

Your email address will not be published.