News portal website
before header
[URIS id=5393]

ତୈଳ ଭଣ୍ଡାର ନିର୍ମାଣରେ ଜମି ଅଧିଗ୍ରହଣ ସମସ୍ୟା !

0 488

ଅଷ୍ଟିନ ନିଉଜ/ବଡ଼ଚଣା
ତା-୦୨-ଅଗଷ୍ଟ-୨୦୨୩


ଯାଜପୁର ଜିଲ୍ଲାର ବହୁପ୍ରତିକ୍ଷିତ ସର୍ବବୃହତ ଭୂତଳ ତୈଳଭଣ୍ଡାର ଚଣ୍ଡିଖୋଲ ଠାରେ ହେବନାହିଁ|ଜମି ଅଧିଗ୍ରହଣରେ ସମସ୍ୟା ଥିବାରୁ ଦୁଇବର୍ଷ ପରେ ବି ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇପାରୁ ନାହିଁ| ଯାହା ଫଳରେ ଚଣ୍ଡିଖୋଲରୁ ଓଳାଶୁଣୀକୁ ଯିବାକୁ ନିଷ୍ପତ୍ତି ହୋଇଛି|ଚଣ୍ଡିଖୋଲ ବଦଳରେ କୋଡ଼ିଏକିଲୋମିଟର ଦୂର ଚଣ୍ଡିଖୋଲ-ପାରାଦୀପ ପାଞ୍ଚନମ୍ବର ଜାତୀୟ ରାଜପଥର,ପଲାଇ ମୌଜାରେ ଥିବା ପ୍ରସିଦ୍ଧ ଓଳାଶୁଣୀ ପାହାଡ ତଳେ ଏହି ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିବା ଜଣାପଡିଛି|


କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ଗ୍ୟାସ ପକ୍ଷରୁ ଏହି ବୃହତ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବ ପ୍ରଥମେ ଚଣ୍ଡିଖୋଲ ଅଂଚଳରେ ହେବା ପାଇଁ ନିଷ୍ପତି ନିଆଯାଇଥିଲା|ଇଣ୍ଡିଆନ ପେଟ୍ରୋଲିୟମ ରିଜରଭସ ପ୍ରସ୍ତାବିତ ଏହି ପ୍ରକଳ୍ପ ପାଇଁ ୨୦୧୯ ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କୁ ପେଟ୍ରୋଲିୟମ ମନ୍ତ୍ରାଳୟ ଚାରିଶହ ଏକର ଜମି ମାଗିଥିଲା| ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ତ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କ ମଧ୍ୟରେ ଏକ ଉଚସ୍ତରିୟ ପ୍ରତିନିଧି ମଣ୍ଡଳୀର,ବୈଠକ ପରେ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକୀୟ ଆନୁସଙ୍ଗିକ ସହଯୋଗ କରିବାରେ ପ୍ରତିଶ୍ରୁତି ଦେଇଥିଲେ|କେନ୍ଦ୍ର ସରକାର ଦେଶର ସର୍ବବୃହତ ଏହି ଭୂତଳ ତୈଳଭଣ୍ଡାର ପ୍ରତି,ଦଶହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ରଖିଥିଲେ|

କେନ୍ଦ୍ର କ୍ୟାବିନେଟ ଚଣ୍ଡିଖୋଲ ଠାରେ ଚାରିମିଲିୟନ ମେଟ୍ରିକ ଟନ ଓ କର୍ଣ୍ଣାଟକର ପାଡୁର ଠାରେ ୨.୫ ମିଲିୟନ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ଦୁଇ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରିଥିଲେ|ଚଣ୍ଡିଖୋଲ ପ୍ରକଳ୍ପ ପାଇଁ ଦୁଇଶହ-ଦଶକୋଟି ଟଙ୍କା ବଜେଟ ବ୍ୟବସ୍ଥା ହୋଇଥିଲା|ଜମି ଅଧିଗ୍ରହଣ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣରୁ ଓଡ଼ିଶାର ଏହି ବୃହତ ପ୍ରକଳ୍ପ ବିଳମ୍ବ ହୋଇଛି|ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ସଂସଦୀୟ କମିଟି ଗତ ମାର୍ଚ୍ଚ ମାସରେ ଏହାର ସମୀକ୍ଷା କରିଛନ୍ତି|ଚଣ୍ଡିଖୋଲ ବଦଳରେ ଓଳାଶୁଣୀ ପାହାଡ ତଳେ ଓ ପାହାଡ ପାଦଦେଶରେ ଏହି ବୃହତ ତୈଳଭଣ୍ଡାର ନିମନ୍ତେ ପ୍ରସ୍ତାବ ଦିଆଯାଇଛି ,ବୋଲି ଭାରତୀୟ ତୈଳ ନିଗମ ଅଧ୍ୟକ୍ଷ ଏହି ସଂକ୍ରାନ୍ତୀୟ ରାଜ୍ୟର ଜଣେ ବରିଷ୍ଠ ଲୋକସଭା ସଦସ୍ୟଙ୍କୁ ସୂଚନା ଦେଇଛନ୍ତି|ଓଳାଶୁଣୀ ଗୂଂମ୍ଫା ଉନ୍ନୟନ ଟ୍ରଷ୍ଟର ସଦସ୍ୟଙ୍କ ସହିତ ଆଲୋଚନା ବେଳେ ସାଂସଦ କହିଛନ୍ତି ଯେ,ପ୍ରସ୍ତାବ ଅନୁଯାୟୀ ପାହାଡ ତଳେ ପ୍ରାୟ ତିନିଶହ ମିଟର ଖନନ କରାଯାଇ ଏହି ବିଶାଳ ତୈଳଭଣ୍ଡାର ତିଆରି କରାଯିବ |ପ୍ରାକୃତିକ ତୈଳ ସହିତ ଗ୍ୟାସ ମଧ୍ୟ ଏଠାରେ ସଂରକ୍ଷିତ କରାଯିବ|ଓଳାଶୁଣୀ ପାହାଡଟି ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ପ୍ରାକୃତିକ ପରିବେଶ ମଣ୍ଡିତ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର|

Leave A Reply

Your email address will not be published.