News portal website
before header
[URIS id=5393]

ବାର ବର୍ଷର ସାଧନା ଦେଇଛି ପରିଚୟ !

0 626

ଅଷ୍ଟିନ ନିଉଜ/ବଡ଼ଚଣା
ତା-୦୨ -ଅଗଷ୍ଟ -୨୦୨୩

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋପାଳପୁର ପଂଚାୟତ ଗଜେନ୍ଦ୍ରପୁର ଗ୍ରାମର ସଫଳ ଉଦ୍ୟୋଗୀ ମହିଳା ପାର୍ବତୀ ଜେନା|ନିଜର ଇଛା ଶକ୍ତି ବଳରେ ସେ ଆଜି ସ୍ୱାବଲମ୍ବୀ ହୋଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି|ଘରେ ଏକ ଉତ୍ପାଦକ ଗୋଷ୍ଠୀ ଗଠନ କରି ଉଦ୍ୟୋଗୀ ହୋଇପାରିଛନ୍ତି|ସିଲେଇ ମେସିନ ପକାଇ ପଚାଶ ମହିଳାଙ୍କୁ ସିଧାସଳଖ ରୋଜଗାର ଯୋଗାଇ ଦେଇଛନ୍ତି |ବାର ବର୍ଷ ପୂର୍ବରୁ ପାର୍ବତୀ ନିଜ ଘରେ ଗୋଟିଏ ସିଲେଇ ମେସିନ ପକାଇ ତାଙ୍କର ଏହି ଯାତ୍ରା ଆରମ୍ଭ କରିଥିବାଜାଣିବାକୁ ମିଳିଛି |ତାଙ୍କୁ ଦେଖି ଗ୍ରାମର ଅନ୍ୟ ମହିଳାମାନେ ମଧ୍ୟ ସିଲେଇ ଶିଖିବାକୁ ଆଗ୍ରହ ଦେଖାଇଥିଲେ|ଧୀରେ-ଧୀରେ ତାଙ୍କ ନିକଟରେ ସିଲାଇ ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢିଥିଲା|ପ୍ରଥମେ ପାଞ୍ଚଟି ମେସିନ ଆଣି ସେମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥହିଲେ |ପରେ ଆହୁରି ଅନେକ ମହିଳା ଆସି ସିଲେଇ ଶିଖିବାକୁ ଚାହିଁଥିଲେ|ଏପରି ଭାବେ ଗୋଟିଏ ମେସିନରୁ ଆରମ୍ଭ ହୋଇଥିବା ତାଙ୍କର ସିଲେଇ ଶିକ୍ଷା ଏବେ ତିରିଶ ମେସିନିରେ ପହଂଚିଛି|ତାଙ୍କଠାରୁ ସିଲେଇ ଶିଖି ବହୁ ମହିଳା ରୋଜଗାରକ୍ଷମ ହୋଇପାରିଛନ୍ତି|ସେ କେବଳ ସିଲେଇ ପ୍ରଶିକ୍ଷଣ ଦେବାରେ ନିଜକୁ ସୀମିତ ନ ରଖି ଉତ୍ପାଦନ ମଧ୍ୟ ଆରମ୍ଭ କରିଛନ୍ତି| ନିଜ ଘରେ ଶକ୍ତି ସ୍ୱରୂପା ଉତ୍ପାଦକ ଗୋଷ୍ଠୀ ନାମରେ ଏକ ସଂସ୍ଥା ଖୋଲି ସାୟା,ବ୍ଲାଉଜ,ଭ୍ୟାନଟି ମଧ୍ୟ ବ୍ୟବସାୟ କରୁଥିବା ଜାଣିବାକୁ ମିଳିଛି|

Leave A Reply

Your email address will not be published.